ଓଡିଶା

odisha

ରଙ୍ଗଶାଳା ଭାଙ୍ଗିବା ପ୍ରସଙ୍ଗ: ବିଜେଡିକୁ ବିଜେପିର ଟାର୍ଗେଟ

By

Published : Feb 8, 2020, 3:13 PM IST

ରଙ୍ଗଶାଳା ଭାଙ୍ଗିବା ପ୍ରସଙ୍ଗ ନେଇ ଅଭିଯୋଗ ଆଣିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । 2018ରେ ରଙ୍ଗଶାଳା ଭଙ୍ଗା ଯାଇଥିବା କୁହା ଯାଉଥିଲେ ବି ଏ ଯାଏ କାହିଁକି ଥିଲା ? ଯଦି ଆଗରୁ ଭଙ୍ଗା ଯାଇଥାନ୍ତା ତେବେ ହୁଏତ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇନଥାନ୍ତା ବୋଲି ବିଜେପି କହିଛି । ଅଧିକ ଖବର ପଢନ୍ତୁ...

ରଙ୍ଗଶାଳା ଭାଙ୍ଗିବା ପ୍ରସଙ୍ଗ: ବିଜେଡିକୁ ବିଜେପିର ଟାର୍ଗେଟ
ରଙ୍ଗଶାଳା ଭାଙ୍ଗିବା ପ୍ରସଙ୍ଗ: ବିଜେଡିକୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ରଙ୍ଗଶାଳା ଭାଙ୍ଗିବା ପ୍ରସଙ୍ଗ ନେଇ ଅଭିଯୋଗ ଆଣିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । 2018ରେ ରଙ୍ଗଶାଳା ଭଙ୍ଗା ଯାଇଥିବା କୁହା ଯାଉଥିଲେ ବି ଏ ଯାଏଁ କାହିଁକି ଥିଲା ? ଯଦି ଆଗରୁ ଭଙ୍ଗା ଯାଇଥାନ୍ତା ତେବେ ହୁଏତ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇନଥାନ୍ତା ବୋଲି ବିଜେପି କହିଛି । ମୋଟ ଉପରେ ସ୍ମିତାରାଣୀ ମୃତ୍ୟୁ ମାମଲାରେ ତଥ୍ୟ, ପ୍ରମାଣ ନଷ୍ଟ ଲାଗି ଏବେ ରଙ୍ଗଶାଳା ଭଙ୍ଗାଗଲା ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ରଙ୍ଗଶାଳା ଭାଙ୍ଗିବା ପ୍ରସଙ୍ଗ: ବିଜେଡିକୁ ବିଜେପିର ଟାର୍ଗେଟ

ରଙ୍ଗଶାଳା ଭାଙ୍ଗିବା ପଛରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମନ୍ଦ ଉଦ୍ଦେଶ୍ୟ ଅଛି । ତଦନ୍ତକୁ ଦିଶାହୀନ କରିବା ସହ ଠୋସ ପ୍ରମାଣ ନଷ୍ଟ ପାଇଁ ଏଭଳି କରାଯାଇଛି । ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ଲୁଚାଇବାକୁ ଏଭଳି ପ୍ରୟାସ କରାଯାଇଛି ବୋଲି ଅଭିଯୋଗ ଆଣିଛି ବିଜେପି ।

ତେବେ ଏହାକୁ ନେଇ ବିଜେପି ତଦନ୍ତ ଅଧିକ ଗତିଶୀଳ କରାଇବାକୁ ଦାବି କରିଛି । ନହେଲେ ଅନେକ ସତ୍ୟ ଲୁଚିଯିବ ବୋଲି କହିଛି ବିଜେପି। ସେପଟେ ବିଜେପିର ଏପରି ଆକ୍ଷେପ ପରେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

'ମୋ ସରକାର ଓ 5T' ସମୟରେ ପୋଲିସର ଆଚରଣ ଓ ଉଚ୍ଚାରଣ ବଦଳିଛି । ବ୍ୟବହାର ଓ ତଦନ୍ତ ତପ୍ତରତା ସହକାରେ କରୁଛି । ଆଇନ ଅନୁଯାୟୀ ଯାହା ଯୁକ୍ତିଯୁକ୍ତ ତାହା କରାଯିବ । ଆଗକୁ ଯାହା କାର୍ଯ୍ୟକ୍ରମ କରିବା କଥା ତାହା କରାଯିବା ସହ ରୂପେଶ ଭଦ୍ରଙ୍କ ଘଟଣାରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details