ଓଡିଶା

odisha

ETV Bharat / city

ଧର୍ମେନ୍ଦ୍ରଙ୍କ ସମୀକ୍ଷା ବୈଠକରେ ଗୁଣ୍ଡାଗିରି; ବିଜେଡ଼ିକୁ ଦାୟୀ କଲା ବିଜେପି - ବନ୍ୟା ପ୍ରପୀଡିତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା ବୈଠକ ସ୍ଥଳୀରେ ବିଜୁ ଜନତା ଦଳର ଗୁଣ୍ଡାଗର୍ଦ୍ଦି । ବଲାଙ୍ଗୀର ସାସଂଦ ସଙ୍ଗୀତା ସିଂଦେଓଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଲା ବିଜେପି । ସରକାରଙ୍କ ପ୍ରରୋଚନାରେ ବୈଠକ ସ୍ଥଳରେ ପୋଲିସ ଚୁପ ରହିବା ସହ ଅଭିଯୁକ୍ତକୁ ଗିରଫ କରୁନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ ପୃଥ୍ବୀରାଜ ହରିଚନ୍ଦନ ।

ଡ଼ିଜାଇନ ଫଟୋ

By

Published : Aug 19, 2019, 9:03 PM IST


ଭୁବନେଶ୍ବର: ଦୁଇ ଦିନ ତଳେ ତିନି ଜିଲ୍ଲାକୁ ବନ୍ୟା ପରିଦର୍ଶନରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଲାଙ୍ଗିର, କଳାହାଣ୍ଡି ଓ ସୋନପୁର ଜିଲ୍ଲାର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଆକାଶ ମାର୍ଗରୁ ସର୍ବକ୍ଷେଣ କରି, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ କରିଥିଲେ ସମୀକ୍ଷା ବୈଠକ । କ୍ଷୟକ୍ଷତି ଆକଳନ କରି ତୁରନ୍ତ ଲୋକମାନଙ୍କୁ ପୁନଃ ଥଇଥାନ କରିବା ଓ ବନ୍ୟା ବିପନ୍ନଙ୍କୁ ରିଲିଫ ଦେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ପ୍ରଧାନ । କିନ୍ତୁ ବୈଠକ ଆରମ୍ଭ ହେବା ପୂର୍ବରୁ ବିଜେଡି ଦଳର ନେତା ଓ କାର୍ଯ୍ୟକର୍ତାମାନେ ବୈଠକ ଗୃହ ବାହାରେ ରହି ଗଣ୍ଡଗୋଳ କରିଥିଲେ । ଉଦ୍ଦେଶ୍ୟ ମୁଳକ ଭାବେ ଗୁଣ୍ଡାଗର୍ଦ୍ଦି କରି ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି କରିଥିଲେ ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହରିଚନ୍ଦନ କହିଛନ୍ତି, ରାଜନୈତିକ ଲଢେଇର ଏକ ନିର୍ଦ୍ଧିଷ୍ଟ ସମୟ ଅଛି । କିନ୍ତୁ ଯେତେବେଳେ ସାଧାରଣ ଲୋକମାନେ ବନ୍ୟା ବିପତ୍ତିରେ ଫସି ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି । ସେତେବେଳେ ଶାସକ ଦଳ ନିଜର ଦାୟିତ୍ବ ନିର୍ବାହ କରି ପାରୁନଥିବା ବେଳେ ବନ୍ୟା ବିପନ୍ନଙ୍କ କଥା ବୁଝିବାକୁ ଯାଇଥିବା ବିଜେପିର ମନ୍ତ୍ରୀ ଓ ସାଂସଦ ମାନଙ୍କ ପ୍ରତି ବିଜେଡିର ଏହି ରାଜନୈତିକ ଆତଙ୍କବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଅତୀତରେ ବିଜୁ ଜନତା ଦଳ ପକ୍ଷରୁ ଦୁଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏବଂ ସୁଶ୍ରୀ ସାଧ୍ବୀ ନିରଜଂନା ଜ୍ୟୋତିଙ୍କ ଉପରକୁ ପଥର ମାଡ କରାଯାଇଥିଲା । ଏହି ସମୟରେ ନବୀନ ବାବୁ ଚୁପ୍ ରହିଥିଲେ । ଏପର୍ଯ୍ୟନ୍ତ ମଧ୍ୟ ଅଭିଯୁକ୍ତଙ୍କୁ ଦୋଷୀ ସାବସ୍ତ୍ୟ କରାଗଲା ନାହିଁ ବୋଲି ପୃଥ୍ବୀରାଜ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତ ସମୟରେ ଶାସକ ଦଳର ଗୁଣ୍ଡାଗର୍ଦ୍ଦି ଆଉ ନଗ୍ନ ରୂପ ଓଡିଶାବାସୀ ଦେଖିଛନ୍ତି । ରାଜନୈତିକ ଲଢେଇକୁ ରାଜନୈତିକ ବାଟରେ ସୀମିତ ରହିବାକୁ ଦିଆଯାଉ ବୋଲି ଭାରତୀୟ ଜନତା ପାର୍ଟି ଆହ୍ବାନ କରିଥିବା ସେ କହିଛନ୍ତି ।


ନବୀନ ବାବୁ ଏବେ ସୁଦ୍ଧା ବନ୍ୟା ପ୍ରପୀଡିତ ଅଂଚଳକୁ ଗଲେ ନାହିଁ, କିନ୍ତୁ ସେମାନଙ୍କର ଦୁଃଖ ଶୁଣିବାକୁ ଯାଉଥିବା ନେତାଙ୍କ ବୈଠକରେ ବିଜୁ ଜନତା ଦଳର ଗୁଣ୍ଡା ମାନେ ସେଠି ହରକତ ଚଲାଉଛନ୍ତି । ତଥାପି ପୋଲିସ ସେଠି ଚୁପ କାହିଁକି ? ଜଣେ କେନ୍ଦ୍ର ମନ୍ତ୍ରୀ ଓ 2 ଜଣ ସାଂସଦ ଥିବାବେଳେ, ଜଣେ ହେଲେ ମହିଳା ପୋଲିସ କାହିଁକି ମୁତୟନ ନଥିଲେ ବୋଲି ପୃଥିରାଜ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସାଧାରଣରେ ଦୁର୍ବବ୍ୟବହାର ପଦର୍ଶନ ପରେ ବି ସମ୍ପୃକ୍ତ ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଯାଉ ନାହିଁ । ପୋଲିସ କାହିଁକି ଚୁପ ବସିଛି ? ଜଣେ ମହିଳା ସାଂସଦଙ୍କ ପ୍ରତି ଏପରି ଅଶୋଭନୀୟ ଆଚରଣ ସତ୍ବେ କଣ ପାଇଁ ପୋଲିସ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରୁନାହିଁ ? ବିଜୁ ଜନତା ଦଳର ନେତାମାନଙ୍କର ଏହି ବିଶୃଙ୍ଖଳା ଆଚରଣ ବିରୋଧରେ ଦଳର ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ଆଜି ପୋଲିସରେ ଅଭିଯୋଗ କରିବେ । ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିୟୋଗ କରିଛନ୍ତି ହରିଚନ୍ଦନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details