ଓଡିଶା

odisha

ETV Bharat / city

ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ଘର ଉପରେ ବୋମା ମାଡ ଘଟଣା, ବର୍ଷିଲା ବିଜେପି - ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ନିର୍ବାଚନ ସମୟରେ ଓଡିଶା ସରକାର,ପୋଲିସର ଭୂମିକା ଓ ପରେ ବିରୋଧୀଙ୍କ ସ୍ବର ଚପେଇବା ପାଇଁ ଯେଉଁ ପ୍ରୟାସ କରାଯାଉଛି ତାହା ନିନ୍ଦନୀୟ। ଢେଙ୍କାନାଳ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଅଧିକ ପଢନ୍ତୁ

ଢେଙ୍କାନାଳ  ପୌରାଧ୍ୟକ୍ଷଙ୍କ ଘର ଉପରେ ବୋମା ମାଡ ଘଟଣା, ବର୍ଷିଲା ବିଜେପି
ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ଘର ଉପରେ ବୋମା ମାଡ ଘଟଣା, ବର୍ଷିଲା ବିଜେପି

By

Published : Apr 12, 2022, 6:19 PM IST

ଭୁବନେଶ୍ବର: ନିର୍ବାଚନ ସମୟରେ ଓଡିଶା ସରକାର,ପୋଲିସର ଭୂମିକା ଓ ପରେ ବିରୋଧୀଙ୍କ ସ୍ବର ଚପେଇବା ପାଇଁ ଯେଉଁ ପ୍ରୟାସ କରାଯାଉଛି ତାହା ନିନ୍ଦନୀୟ। ଢେଙ୍କାନାଳ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ସରକାର ବିରୋଧୀଙ୍କ ସ୍ବର ଚପେଇ ଦେବାକୁ ଉଦ୍ୟମ କରୁଛନ୍ତି । ଲଳିତେନ୍ଦୁ କହିଛନ୍ତି ବିଜେପି ପ୍ରତିନିଧି ଦଳ ଗତକାଲି ଢେଙ୍କାନାଳ ଗସ୍ତ କରିଥିଲେ। ସିସିଟିଭି କ୍ୟାମେରାର ଦୃଶ୍ୟ ମଧ୍ୟ ଦେଖିଥିଲୁ। ୫ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଘର ସାମନାରେ ଫାୟରିଂ ମଧ୍ୟ ହୋଇଥିଲା। ପୂର୍ବରୁ ପୋଲିସ ଏସପିଙ୍କୁ ସୁରକ୍ଷା ମାଗିଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ଦିଆଯାଇନଥିଲା। ନିର୍ବାଚନ ପୂର୍ବରୁ ଏବଂ ପରେ ମଧ୍ୟ ବିଜେଡି ନିଜର ହିଂସା କାଣ୍ଡ ଭିଆଇ ଚାଲିଛି।

ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ଘର ଉପରେ ବୋମା ମାଡ ଘଟଣା, ବର୍ଷିଲା ବିଜେପି

ରାଜ୍ୟ ପୋଲିସ କାହିଁକି ଚୁପ ବୋଲି ପ୍ରଶ୍ନ ଉଠାଇଛନ୍ତି ଳଳିତେନ୍ଦୁ । ବିଜେପି। ପୋଲିସ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଛା ଜଣାଇବା ସୁଚେଇ ଦେଉଛି ଯେ ପୋଲିସଙ୍କର କୌଣସି ଭୟ ନାହିଁ। ଶାସକ ଦଳକୁ ଜିତାଇବାରେ ପୋଲିସ ସହାୟତା କରିଛି ବୋଲି ସିଧା ଅଭିଯୋଗ ଆଣିଛନ୍ତି ଲଳିତେନ୍ଦୁ। ଢେଙ୍କାନାଳ ପୌରାଧକ୍ଷ ଜୟନ୍ତୀ ପାତ୍ରଙ୍କ ଉପରେ ଆକ୍ରମଣ କରିବା ବିଜେଡିର ଦୋହରା ଚରିତ୍ର ସାମ୍ନାକୁ ଆସୁଛି। ଜନ ପ୍ରତିନିଧିଙ୍କୁ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ଦିଆଯାଉ। କେବଳ ବିଜେଡି ନାରୀ ନେତ୍ରୀଙ୍କ ସୁରକ୍ଷା ଓ ସଶକ୍ତ କରିବାରେ ଲାଗିଛି। କିନ୍ତୁ ବିଜେପି ନେତ୍ରୀଙ୍କୁ କାହିଁକି ସୁରକ୍ଷା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ?

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details