ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମନ୍ତବ୍ୟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । କଟକରେ ଏକ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ମନ୍ତ୍ରୀ ଯେଉଁଭଳି ଭାବରେ ରାଜନୈତିକ ବୟାନ ବାଜି କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେପି ମୁଖପାତ୍ର ।
ରାଜ୍ୟ ବିଜେପି ମନ୍ତ୍ରୀଙ୍କ ଏଭଳି ହୀନ ମନ୍ତବ୍ୟକୁ ଘୋର ବିରୋଧ କରୁଛି ବୋଲି ଗୁରୁବାର ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗୋଲକ ମହାପାତ୍ର । ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ମନ୍ତ୍ରୀ ରଣେନ୍ଦ୍ରଙ୍କ ସମାଲୋଚନାକୁ ବିଜେପି ନିନ୍ଦା କରିଛି । ରାଜନୈତିକ ଦୃଷ୍ଟିକୋଣରୁ ମନ୍ତ୍ରୀ ଦେବାଳିଆ ହୋଇଯାଇଥିବା ବିଜେପି କହିଛି ।