ଓଡିଶା

odisha

ETV Bharat / city

ଆବାସ ଯୋଜନାରେ 1000 କୋଟିର ଦୁର୍ନୀତି, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP - ରାଜ୍ୟ ସରକାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । 1 ଲକ୍ଷ ଘରରେ 1000 କୋଟି ଟଙ୍କାର ଦୁର୍ନୀତି ହେଉଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ସୋମବାର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP

By

Published : Jul 5, 2021, 3:20 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ମହାଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । 1 ଲକ୍ଷ ଘରରେ 1000 କୋଟି ଟଙ୍କାର ଦୁର୍ନୀତି ହେଉଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ସୋମବାର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP

2022 ସୁଦ୍ଧା ସମସ୍ତେ ପକ୍କା ଘରେ ରହିବେ ବୋଲି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରୀ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । କେନ୍ଦ୍ର ମନ୍ତ୍ରୀଙ୍କୁ ଏ ବିଷୟରେ ଅଵଗତ କରାଯାଇଥିଲା ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । 98 ହଜାର 562 ହିତାଧିକାରୀଙ୍କ ପ୍ରକୃତ ରୋଷେଇ ଘର ନାହିଁ, ଝରକା ନାହିଁ, ଛାତ ମଧ୍ୟ ନାହିଁ । କାମ କରିଥିବା ମନରେଗା ମଜୁରୀ ମିଳି ନାହିଁ । 1ଲକ୍ଷ ଘରରେ 1000 କୋଟି ଟଙ୍କା ଦୁର୍ନୀତି ହୋଇଛି । 5ଟି ଜିଲ୍ଲା 9 ଟି ବ୍ଲକରେ କେନ୍ଦ୍ର ଟିମ ଅନୁଧ୍ୟାନ କରିବା ପରେ ଏ ସମ୍ପର୍କରେ ଜଣାପଡିଛି ବୋଲି ସେ କହିଛନ୍ତି ।

ଏବେ 8 ଲକ୍ଷ 17 ହଜାର ଘର କେନ୍ଦ୍ର ଆବଣ୍ଟନ କରିଛି । କିନ୍ତୁ ରାଜ୍ୟ ସରକାର 9ଟି ଜିଲ୍ଲାରେ ଗୋଟିଏ ବି ଘର ଆବଣ୍ଟନ କରିନାହାନ୍ତି । ଝାରସୁଗୁଡାରେ ମାତ୍ର 4ଟି ଘର ଦିଆଯାଇଛି । ଏଥିଲାଗି ଆସନ୍ତା 7, 8, 9 ତାରିଖରେ ବିଜେପି ବିକ୍ଷୋଭ କରିବ। ଯେଉଁମାନେ ତ୍ରୁଟି କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସମୀର କହିଛନ୍ତି । ସେପଟେ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଆବାସ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଯୋଗ୍ୟ ଲୋକ ନପାଇ ଅଯୋଗ୍ୟ ଲୋକ ଘର ପାଇଛନ୍ତି । କେନ୍ଦ୍ର ସରକାର ଫେବୃଆରୀ 9ରେ ଆସି 5ଟି ଜିଲ୍ଲା ଓ 9 ଟି ବ୍ଲକରେ ଅନୁଧ୍ୟାନ କରିଥିଲେ । ଏଥିରୁ ଦୁର୍ନୀତି ସମ୍ପର୍କରେ ସୂଚନା ମିଳିଥିଲା ।

ହିତାଧିକାରୀ ଆକାଉଣ୍ଟକୁ ପରିବର୍ତ୍ତନ କରିବା ସହିତ ନିମ୍ନମାନର କାମ ହୋଇଛି । ଘର କାମ ଶେଷ ହୋଇନଥିଲେ ମଧ୍ୟ ଶେଷ ହୋଇଥିବା ଦର୍ଶାଯାଇଛି । ଏଥିରେ ବିଜେଡି ନେତା ଓ ସରକାରୀ ଅଧିକାରୀଙ୍କ ସଂପୃକ୍ତି ରହିଛି । ଘର ଆବଣ୍ଟନରେ ପାତାର ଅନ୍ତର କାହିଁକି ବୋଲି ପୃଥ୍ବୀରାଜ ପ୍ରଶ୍ନ କରିଛନ୍ତି । ଆବାସ ଟଙ୍କାକୁ ହଡପ କରାଯାଇଛି । ସମସ୍ତ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ରହିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ ଆଣିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ ନେତାମାନେ ଉପସ୍ଥିତ ରହି ରାଜ୍ୟ ସରାକରଙ୍କୁ ଘେରିଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details