ଭୁବନେଶ୍ବର: ୟସ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମନମୋହନ ସାମଲ । ସାଧାରଣ ଲୋକଙ୍କ ପାଖରେ 9 ଦିନ ବୁଲିବା ସହ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ ।
ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପ୍ରାକ ପ୍ରସ୍ତୁତି କରିନଥିଲା । 2008ରେ ବିଧାନସଭାରେ ଗୃହ କମିଟି ରିପୋର୍ଟ ଦେଇଥିଲେ । ହେଲେ ରାଜ୍ୟ ସରକାର ସେହି ପ୍ରସ୍ତାବ ଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ । ସ୍ୱିଇସ ଗେଟ ଦ୍ୱାରା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଗଲା ନାହିଁ । ଫଳରେ ତଳିଆ ଲୋକ ହୀନସ୍ତା ହେଉଛନ୍ତି । ବାତ୍ୟା ପରେ ଏବେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଲୋକ ପାଣି ଘେରରେ ଅଛନ୍ତି ।
ରାଜ୍ୟର କୌଣସି ଗୋଦାମରେ ଚାଉଳ, ଗହମ ଆଦି ଖାଦ୍ୟ ସାମଗ୍ରୀ ନଥିଲା । ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଚାଉଳ ମଧ୍ୟ ନଥିଲା । କିରୋସିନ ମଧ୍ୟ ନଥିଲା । ବାତ୍ୟା ଆଶ୍ରୟସ୍ଥଳୀ ମରାମତି କରାଯାଉ ନାହିଁ । ସେଠାରେ ଚୁଡା ଓ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଇପାରିଲା ନାହିଁ । ରିଲିଫ ସାମଗ୍ରୀ ବଣ୍ଟନରେ କାଣ୍ଟଛାଣ୍ଟ କରାଯାଉଛି । ଗୋଖାଦ୍ୟ ମଧ୍ୟ ଦିଆଯାଇନାହିଁ । ଜଳସମ୍ପଦ ବିଭାଗ, ଡ୍ରେନେଜ ବିଭାଗ କାର୍ଯ୍ୟ କଲେ ନାହିଁ ।
ସ୍ଥାନାନ୍ତର ହୋଇଥିବା ଲୋକଙ୍କ ସଂଖ୍ୟାକୁ 50 ହୋଇଥିଲେ 300 ଲେଖାଯାଇଛି । ବିଦ୍ୟୁତ ସଂଯୋଗ ଏବେ ଯାଏଁ ଅନେକ ସ୍ଥାନରେ ହୋଇପାରି ନାହିଁ । ଏ ପର୍ଯ୍ୟନ୍ତ ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରିଲା ନାହିଁ । ଆରଆଇ ମଧ୍ୟ ପହଞ୍ଚିନାହାନ୍ତି । ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ହୋଇନାହିଁ । ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ମନମୋହନ ଦାବି କରିଛନ୍ତି ।
ବିଜେପିର ଦାବି...