ଓଡିଶା

odisha

By

Published : Aug 4, 2022, 2:51 PM IST

ETV Bharat / city

CAG ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP

CAG ରିପୋର୍ଟରୁ ଧରାପଡିଥିବା ବ୍ୟାପକ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଜଙ୍ଗଲ, ଜଳସେଚନ ଓ ପୂର୍ତ୍ତ ବିଭାଗକୁ ନେଇ ରିପୋର୍ଟ ଆସିଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ୨୨ ବର୍ଷ ଧରି ନିର୍ଦ୍ଦିଷ୍ଟ ଗୋଟିଏ ସରକାର ରାଜ୍ୟକୁ ଶାସନ କଲେ ମଧ୍ୟ ଯେଉଁ ଅନିୟମିତତା ହୋଇଛି ତାହା ଅନ୍ୟ ରାଜ୍ୟରେ କେବେ ହୋଇନଥିବା କହିଛନ୍ତି ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର । ଅଧିକ ପଢନ୍ତୁ

CAG ରିପୋର୍ଟକୁ ନେଇ ବର୍ଷିଲା BJP
CAG ରିପୋର୍ଟକୁ ନେଇ ବର୍ଷିଲା BJP

ଭୁବନେଶ୍ବର:ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର । ସିଏଜି ରିପୋର୍ଟରୁ ଧରାପଡିଥିବା ବ୍ୟାପକ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ଦଳ । ଜଙ୍ଗଲ, ଜଳସେଚନ ଓ ପୂର୍ତ୍ତ ବିଭାଗକୁ ନେଇ ରିପୋର୍ଟ ଆସିଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ୨୨ ବର୍ଷ ଧରି ନିର୍ଦ୍ଦିଷ୍ଟ ଗୋଟିଏ ସରକାର ରାଜ୍ୟକୁ ଶାସନ କରୁଥିଲେ ମଧ୍ୟ ଯେଉଁ ଅନିୟମିତତା ହୋଇଛି ତାହା ଅନ୍ୟ ରାଜ୍ୟରେ କେବେ ହୋଇନଥିବା କହିଛନ୍ତି ଭୃଗୁବକ୍ସି ।

CAG ରିପୋର୍ଟକୁ ନେଇ ବର୍ଷିଲା BJP

ବିଜେପି ଉପସଭାପତି କହିଛନ୍ତି, "୨୨ ବର୍ଷ ଧରି ନିର୍ଦ୍ଦିଷ୍ଟ ଗୋଟିଏ ସରକାର ରାଜ୍ୟକୁ ଶାସନ କରୁଛି । ଏହାପରେ ମଧ୍ୟ ଯେଉଁ ଅନିୟମିତତା ହୋଇଛି ତାହା ଅନ୍ୟ ରାଜ୍ୟରେ କେବେ ହୋଇନଥିବ । ପୂର୍ବରୁ ସିଏଜି ଅନ୍ତରୀଣ ରିପୋର୍ଟ ଦେଇଥିବା ସତ୍ତ୍ବେ ସେଥିରେ ରାଜ୍ୟ ସରକାର ନିଜ ବ୍ୟବସ୍ଥାକୁ ସୁଧାରି ନାହାନ୍ତି । ବାରମ୍ବାର ଅଭିଯୋଗ ହୋଇ ଆସୁଛି । ରାଜ୍ୟ ସରକାର ବାରମ୍ବାର ସେହି ଭୁଲ୍‌ କରୁଛନ୍ତି । ୧୯୮୪ରୁ ଜୁନ ୨୦୨୦ ସୁଦ୍ଧା ୩୪୭୩ଟି ରିପୋର୍ଟ ସେଟେଲମେଣ୍ଟ ପାଇଁ ପେଣ୍ଡିଂ ଅଛି । ୨୨ ବର୍ଷ ଭିତରେ ୯୫ ପ୍ରତିଶତ ରିପୋର୍ଟ ପେଣ୍ଡିଂ ରହିଛି । ୧୦ ବର୍ଷରୁ ଅଧିକ ୧୩୨୮ଟି ରିପୋର୍ଟ ପେଣ୍ଡିଂ ରହିଛି ।"

ବିଜେପି ଅଭିଯୋଗ କରିଛି ଯେ, "୧୨୨୨ଟି ରିପୋର୍ଟ ଉପରେ ରାଜ୍ୟ ସରକାର କୌଣସି ଉତ୍ତର ଦେଇନାହାନ୍ତି । ନିୟମକୁ ଭାଙ୍ଗିବା ଓ ବାରମ୍ବାର ଭୁଲ୍‌ କରିବା ଯୋଗୁଁ ଶାସନ ବ୍ୟବସ୍ଥାରେ ଘୋର ଅବ୍ୟବସ୍ଥା ଦେଖାଯାଉଛି । ଅଡିଟ ନକରି ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୧୬୧୦ କୋଟି ଟଙ୍କାର ଗୁରୁତର ଅନିୟମିତତା ହୋଇଛି । ଜଙ୍ଗଲ ବିଭାଗରେ କେନ୍ଦ୍ର ସରକାରଙ୍କ କାମ୍ପା ଫଣ୍ଡ ନରେନ୍ଦ୍ର ମୋଦୀଙ୍କ ସରକାରରେ ସବୁଠାରୁ ଅଧିକ ଅର୍ଥ ଓଡିଶାକୁ ଆସିଥିଲା । କାମ୍ପା ଫଣ୍ଡକୁ କେବେ ଡ଼ାଇଭର୍ଟ କରିବାର ନିୟମ ନାହିଁ କିନ୍ତୁ କାମ୍ପା ଫଣ୍ଡରୁ ୨୨୫.୮୪ କୋଟି ଟଙ୍କା ରାଜ୍ୟ ସରକାର ଡ଼ାଇଭର୍ଟ କରିଛନ୍ତି ।" ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ଉପରେ ରାଜ୍ୟ ସରକାର ତୁରନ୍ତ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେପି ।

ବିଜେପି ଉପସଭାପତି ଆହୁରି କହିଛନ୍ତି, ''ଯାହା କ୍ଷତି ହୋଇଛି, ତାକୁ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଆଦାୟ କରାଯାଉ । ରାଜ୍ୟ ସରକାର ୧୦ଟି ବିଭାଗର ବିନିଯୋଗ ପ୍ରମାଣ ପତ୍ର ଦେଉନାହାନ୍ତି । ୩୬ ହଜାର ୧୯୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ରାଜ୍ୟ ସରକାର ଏବେ ଯାଏଁ କେନ୍ଦ୍ର ସରକାର ଦେଇନାହାନ୍ତି । ରୟାଗଡ଼ ଜିଲ୍ଲାରେ ବକସାଇଟ ଦର ଧାର୍ଯ୍ୟ କରିନଥିବାରୁ ୧୬ ହଜାର କୋଟି କ୍ଷତି ହୋଇଛି । ଏହା ରାଜ୍ୟ ସରକାରଙ୍କର ଦୋମୁହାଁ ନୀତି ।" ୟୁସି ଦେଉନାହାନ୍ତି ହେଲେ କେନ୍ଦ୍ର ସରକାର ଓଡିଶା ପ୍ରତି ଅବହେଳା କରୁଛି ବୋଲି କହୁଛନ୍ତି । ଯେଉଁ ଅଫିସର ଏହି ନିଷ୍ପତ୍ତି ନେଇଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ ଓ ଟଙ୍କା ଆଦାୟ କରିବାକୁ ଦାବି କରିଛି ବିଜେପି । ଏହି ପ୍ରସଙ୍ଗ ବିଜେପି ସଂସଦରେ ଉଠାଇବା ସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଇବ ବୋଲି କହିଛି ବିଜେପି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details