ଓଡିଶା

odisha

ETV Bharat / city

ରାଜ୍ୟରେ ବନ୍ୟା ସ୍ଥିତି ନେଇ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି - ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

ବନ୍ୟା ଓ ଜଳ ପରିଚାଳନା ନେଇ ଆଜି ଛତିଶଗଡ ଓଡିଶା ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ ଥିଲା । ତେବେ ବୈଠକ ପୂର୍ବରୁ ଆଜି ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି । ଅଧିକ ପଢନ୍ତୁ

ରାଜ୍ୟରେ ବନ୍ୟା ସ୍ଥିତି ନେଇ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି
ରାଜ୍ୟରେ ବନ୍ୟା ସ୍ଥିତି ନେଇ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

By

Published : Aug 16, 2022, 7:14 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମାନସିକତା ପାଇଁ ରାଜ୍ୟରେ ଏଭଳି ବନ୍ୟା ପରିସ୍ଥିତି ଉପୁଜୁଛି କହିଲା ରାଜ୍ୟ ବିଜେପି । ଦଳୀୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏହି ଅଭିଯୋଗ ଆଣିଛନ୍ତି । ବନ୍ୟା ଓ ଜଳ ପରିଚାଳନା ନେଇ ଆଜି ଛତିଶଗଡ ଓଡିଶା ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ ବସିଛି । ତେବେ ବୈଠକ ପୂର୍ବରୁ ଆଜି ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ଆରୋପ ପ୍ରତ୍ୟାରୋପକୁ ବାଦ ଦେଇ ରାଜ୍ୟ ସରକାର ଓଡିଶାବାସୀଙ୍କ ପାଣି ପ୍ରାପ୍ୟ ଦେବା ସହ ବନ୍ୟାରୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ।"

ରାଜ୍ୟରେ ବନ୍ୟା ସ୍ଥିତି ନେଇ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

ଦୁଇ ରାଜ୍ୟର ବନ୍ୟା ପରିଚାଳନା ମୁକାବିଲାର ତ୍ରିପାକ୍ଷିକ ବୈଠକ ମଧ୍ୟ ସରିଛି । କିନ୍ତୁ ରାଜ୍ୟ ସରକାର ତାଙ୍କର ଭୁଲ ନିଷ୍ପତ୍ତି ଓ ରାଜନୀତିକରଣ ଧାରାରେ ଦୋଷ ଲଢିବା କାରଣରୁ ଆଜି ଓଡିଶାବାସୀ ବନ୍ୟା ପରିସ୍ଥିତି ଭୋଗୁଛନ୍ତି । ରାଜ୍ୟ ସରକାରଙ୍କ ମାନସିକତା ପାଇଁ ଆଜି ଏଭଳି ପରିସ୍ଥିତି ମଧ୍ୟ ଉପୁଜୁଛି । ସମାଧାନ ଜଣା ଅଛି ତେଣୁ ରାଜ୍ୟ ସରକାର ଏ ଦିଗରେ ପ୍ରଚେଷ୍ଟା କରନ୍ତୁ । ଆଉ କଣ ପାଇଁ ଏ ଦିଗରେ ଶିଥିଳତା ଅବଲମ୍ବନ କରୁଛନ୍ତି ଉତ୍ତର ରଖନ୍ତୁ ବୋଲି କହିଛନ୍ତି।

ଅନ୍ୟପଟେ ଦଳୀୟ ମୁଖପାତ୍ର ରମାରଞ୍ଜନ ବଳିଆରସିଂଙ୍କ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କଟାକ୍ଷ ଛଳରେ ଘୁଷୁରୀ ଯେତେବେଳେ ମଙ୍ଗଳପୁରରେ ପହଞ୍ଚିବ ଆଉ ସେତେବେଳେ ଆମେ ଯଦି ପାଗ ଭିଡିବା । ସେ କଥା ଯାହା ଆଜିର ସଚିବ ସ୍ତରୀୟ ବୈଠକର ମାନେ ତାହା । ବେଳରୁ ସାବଧାନ ହେବାର ଆବଶ୍ୟକତା ଥିଲା । ରାଜ୍ୟ ସରକାର ବନ୍ୟା ବିତ୍ପାତ ନିୟନ୍ତ୍ରଣ ଓ ଜଳ ସେଚନ ପାଇଁ ମହାନଦୀ ଉପରେ ଦୀର୍ଘ ୨୨ ବର୍ଷ ଭିତରେ ଗୋଟିଏ ହେଲେ ବ୍ୟାରେଜ କରିନାହାନ୍ତି ।

ମହାନଦୀ ଜଳକୁ କିଭଳି ଭାବେ ନିୟନ୍ତ୍ରଣ କରାଯିବ ସେଥିପାଇଁ ସରକାର କୌଣସି ନୀତି କରିନାହାନ୍ତି । ଛତିଶଗଡ଼ ବ୍ୟାରେଜ କରିବା ସମୟରେ ଓଡିଶା ସରକାର ସମ୍ପୂର୍ଣ୍ଣ ଭାବରେ ନିଘୋଡ଼ ନିଦ୍ରାରେ ଶୋଇଥିଲେ । ସେଥିପାଇଁ ଆଜି ଛତିଶଗଡ଼ ଲାଭ ଉଠାଉଛି । ଆଉ ଓଡିଶା ଉପରେ ହୀରାକୁଦ ଡ୍ୟାମ ଗେଟ ଖୋଲିବା ପାଇଁ ଚାପ ପକାଉଛି । ଏସବୁ ରାଜ୍ୟ ସରକାରଙ୍କ ଅପାରଗପଣିଆ କାରଣରୁ ହେଉଛି। ତେଣୁ ରାଜ୍ୟ ସରକାର ତାଙ୍କର ନିଦ ଭାଙ୍ଗନ୍ତୁ ବୋଲି ବିଜେପି ମୁଖପାତ୍ର ରମାରଞ୍ଜନ ବଳିଆରସିଂ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details