ଓଡିଶା

odisha

ଲକ୍ଷ୍ମୀସାଗର ଥାନା ସାମ୍ନାରେ ହିଂସାକାଣ୍ଡ ଘଟଣା, ଆନ୍ଦୋଳନ ସ୍ଥଗିତ ରଖିଲା ବିଜେପି

By

Published : Mar 15, 2022, 7:03 AM IST

ଲକ୍ଷ୍ମୀସାଗର ଥାନା ସାମ୍ନାରେ ହିଂସାକାଣ୍ଡ ଘଟଣା । ବିଜେପି ଯୁବ ନେତାଙ୍କୁ ଗିରଫ ପ୍ରତିବାଦରେ ଥାନା ସମ୍ମୁଖରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଲା ବିଜେପି । ଅଧିକ ପଢନ୍ତୁ

ଲକ୍ଷ୍ମୀସାଗର ଥାନା ସାମ୍ନାରେ ହିଂସାକାଣ୍ଡ ଘଟଣା, ଆନ୍ଦୋଳନ ସ୍ଥଗିତ ରଖିଲା ବିଜେପି
ଲକ୍ଷ୍ମୀସାଗର ଥାନା ସାମ୍ନାରେ ହିଂସାକାଣ୍ଡ ଘଟଣା, ଆନ୍ଦୋଳନ ସ୍ଥଗିତ ରଖିଲା ବିଜେପି

ଭୁବନେଶ୍ବର:ବିଜେପି ଯୁବ ନେତାଙ୍କୁ ଗିରଫ ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ସମ୍ମୁଖରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଲା ବିଜେପି । ଗତ ଶୁକ୍ରବାର ହୋଇଥିବା ଗଣ୍ଡଗୋଳରେ ଜାଣିଶୁଣି ଚାପରେ ଆସି ବିଜେପିର ଯୁବ ନେତାଙ୍କୁ ଗିରଫ କରିଥିବା ବିଜେପି ଅଭିଯୋଗ କରିଥିଲା । ପୋଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ସନ୍ଧ୍ୟାରୁ ଧାରଣାରେ ବସିଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ଜିଲ୍ଲା ସଭାପତି ବାବୁ ସିଂ । ଉଭୟ ନେତାଙ୍କୁ ନେଇ ପୋଲିସ ଆଲୋଚନା କରିଥିଲା ।

ଲକ୍ଷ୍ମୀସାଗର ଥାନା ସାମ୍ନାରେ ହିଂସାକାଣ୍ଡ ଘଟଣା, ଆନ୍ଦୋଳନ ସ୍ଥଗିତ ରଖିଲା ବିଜେପି

ଆଲୋଚନାରେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ । ଏଥିପାଇଁ 24 ଘଣ୍ଟାର ମହଲତ ମାଗିଛି । ତେଣୁ ବିଜେପି ଆନ୍ଦୋଳନକୁ ସ୍ଥଗିତ ରଖିଛି । ଯଦି 24 ଘଣ୍ଟାରେ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ଚେତାବନୀ ଦେଇଛି ।

ଏହାମଧ୍ୟ ପଢନ୍ତୁ:Election Violence: ଲକ୍ଷ୍ମୀସାଗର ଥାନା ସମ୍ମୁଖରେ ବିଜେପିର ଧାରଣା

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ବିଜେପି କର୍ପୋରେଟର ପ୍ରାର୍ଥିନୀଙ୍କ ସ୍ବାମୀ, ଦିଅର, ଭାଇଙ୍କୁ ଥାନା ସମ୍ମୁଖରେ ଆକ୍ରମଣ ହୋଇଥିଲା । ଶାସକ ଦଳ ସମର୍ଥକ ତଥା କର୍ମୀ ଶିଖର ଜେନା, ଶ୍ରୀଧର ଜେନା ଓ ଦିଲ୍ଲୀପ ଜେନା ଖୋଲାଖୋଲି ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଥିଲା । ହେଲେ ସେମାନଙ୍କୁ ଗିରଫ ନକରି ବିଜେପି କର୍ପୋରେଟର ପ୍ରାର୍ଥିନୀଙ୍କ ମଝିଆ ଦିଅର ତଥା ବିଜେପି ଜିଲ୍ଲା ସମ୍ପାଦକ ରାକେଶ ଜେନାଙ୍କୁ ପୋଲିସ ଉଠାଇ ନେଇଥିଲା । ତେଣୁ ରାକେଶକୁ ଛାଡିବା ଦାବିରେ ବିଜେପି ଥାନା ସମ୍ମୁଖରେ ଆନ୍ଦୋଳନ କରିଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details