ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ଡ୍ୟାନ୍ସ ବାରକୁ ରାଜ୍ୟ ବିଜେପିର ବିରୋଧ - lekhasri samantsinghar opposes dance bar

ଭୁବନେଶ୍ବରରେ ଡାନ୍ସ ବାରକୁ ବିରୋଧ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର। ଡ୍ୟାନ୍ସ ବାରରେ ମହିଳାଙ୍କ ନୃତ୍ୟ ପ୍ରଦର୍ଶନକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 25, 2019, 2:41 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ଚାଲିଥିବା ଡ୍ୟାନ୍ସ ବାରକୁ ବିଜେପିର ବିରୋଧ। ଡ୍ୟାନ୍ସ ବାରରେ ମହିଳାଙ୍କୁ ନଚେଇବା ଏକ ହୀନ ମାନସିକତା। ସେମାନଙ୍କ ସମ୍ମାନ ହାନି ନହେଉ,ମହିଳା ଉପଭୋଗର ବସ୍ତୁ ନହୁଅନ୍ତୁ, ଏନେଇ ବିଜେପି ରାଜ୍ୟ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତ ସିଂହାର ବୁଧବାର ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭୁବନେଶ୍ବରର ଡ୍ୟାନ୍ସ ବାରରେ ମହିଳାଙ୍କ ନୃତ୍ୟ ପଦର୍ଶନକୁ ନେଇ ବର୍ଷିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତ ସିଂହାର। ଓଡ଼ିଶାରେ ଡ୍ୟାନ୍ସ ବାର ଓଡ଼ିଆଙ୍କ ଐତିହ୍ୟ, ପରମ୍ପରା ବିରୋଧୀ ହୋଇଥିବା ବେଳେ ଏହା ସାଧାରଣରେ ଗ୍ରହଣୀୟ ନୁହେଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଡ୍ୟାନ୍ସ ବାରରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ପୋଲିସ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ବିଷୟରେ ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି ବୋଲି ଲେଖାଶ୍ରୀ କହିଛନ୍ତି । ଡ୍ୟାନ୍ସ ବାରରେ ବିଭିନ୍ନ ଅପରାଧ ହେବାର ନଜିର ଅଛି ,ତେଣୁ ଭୁବନେଶ୍ବରର ଡ୍ୟାନ୍ସ ବାରର ଲାଇସେନ୍ସକୁ ରଦ୍ଦ କରାଯାଉ ବୋଲି ଲେଖାଶ୍ରୀ ଦାବି କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details