ଓଡିଶା

odisha

ETV Bharat / city

ଡିସେମ୍ବରରେ ବିଜେପି ସାଙ୍ଗଠନିକ ନିର୍ବାଚନ, ଖସଡା ପ୍ରସ୍ତୁତ - ବିଜେପି ରାଜ୍ୟସ୍ତରୀୟ ସାଙ୍ଗଠନିକ ନିର୍ବାଚନ

ଡିସେମ୍ବରରେ ହେବ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ । ଏନେଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 5, 2019, 9:01 PM IST

ଭୁବନେଶ୍ବର: ଡିସେମ୍ବରରେ ହେବ ରାଜ୍ୟ ରାଜ୍ୟସ୍ତରୀୟ ସାଙ୍ଗଠନିକ ନିର୍ବାଚନ । ଏନେଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ତଥା ସାଂସଦ ବିନୋଦ ସୋନକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ବୈଠକରେ ବିଜେପି ସାଙ୍ଗଠନିକ ନିର୍ବାଚନ ପରିଚାଳନା ଏବଂ ସଦସ୍ୟତା ସମୀକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଆଗାମୀ ଦିନରେ ବିଭିନ୍ନ ସ୍ତରରେ ହେବାକୁ ଥିବା ସ୍ଥାନୀୟ ସମିତି, ବୁଥ କମିଟି, ମଣ୍ଡଳ କମିଟି ଏବଂ ରାଜ୍ୟ କମିଟି ନିର୍ବାଚନ ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ।

ଆଗାମୀ ସେପ୍ଟେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଏଭଳି କର୍ମଶାଳା ଆୟୋଜିତ ହେବ । ଯେଉଁଥିରେ ଜିଲ୍ଲା, ମଣ୍ଡଳ ଓ ବୁଥ୍ସ୍ତରର କାର୍ଯ୍ୟକର୍ତା ଯୋଗଦେବେ । ସେପ୍ଟେମ୍ବର ୧୫ରୁ ୨୨ ତାରିଖ ମଧ୍ୟରେ ସମସ୍ତ ବୁଥରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଜିଲ୍ଲାସ୍ତରରେ ୩ ହଜାରରୁ ଅଧିକ କାର୍ଯ୍ୟକର୍ତା ଏହି କାର୍ଯ୍ୟକୁ ପରିଚାଳନା କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅକ୍ଟୋବର ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ମଣ୍ଡଳସ୍ତରୀୟ ନିର୍ବାଚନ ହେବ । ସେହିପରି ନଭେମ୍ବରରେ ଜିଲ୍ଲାସ୍ତରୀୟ ଏବଂ ଡିସେମ୍ବରରେ ରାଜ୍ୟସ୍ତରୀୟ ନିର୍ବାଚନ ହେବ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ତଥା ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସହ ଅନ୍ୟ ବିଜେପି ନେତା ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details