ଓଡିଶା

odisha

ETV Bharat / city

ଓଡିଶାରେ ସୁଶାସନ ଚାଲିଛି ନା କୁଶାସନ: BJP ମହିଳା ମୋର୍ଚ୍ଚା ସଭାପତି

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ବିରୋଧୀ ହିଂସା, ଶିଶୁ ସୁରକ୍ଷା ପ୍ରସଙ୍ଗରେ ଆସନ୍ତାକାଲି ( ଗୁରୁବାର) (BJP state Mahila Morcha to hold protests in 36 organisational districts) ଠାରୁ ପୁଣି ସରକାର ବିରୋଧରେ ମୈଦାନକୁ ଓହ୍ଲାଇବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ

BJP ମହିଳା ମୋର୍ଚ୍ଚା ସଭାପତି
BJP ମହିଳା ମୋର୍ଚ୍ଚା ସଭାପତି

By

Published : Dec 22, 2021, 8:17 PM IST

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ବିରୋଧୀ ହିଂସା, ଶିଶୁ ସୁରକ୍ଷା ପ୍ରସଙ୍ଗରେ ଆସନ୍ତାକାଲି (ଗୁରୁବାର) ଠାରୁ ପୁଣି ସରକାର ବିରୋଧରେ ମୈଦାନକୁ ଓହ୍ଲାଇବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଏନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ( BJP Mahila Morcha President Smruti Pattnaik) ଘୋଷଣା କରିଛନ୍ତି ।

ଓଡିଶାରେ ସୁଶାସନ ଚାଲିଛି ନା କୁଶାସନ: BJP ମହିଳା ମୋର୍ଚ୍ଚା ସଭାପତି

ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଓଡିଶାରେ ସୁଶାସନ ଚାଲିଛି ନା କୁଶାସନ ଚାଲିଛି? ମମିତା ମେହେର ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ 74 ଦିନ ହୋଇଗଲାଣି । ଅକ୍ଟୋବର 8 ତାରିଖରେ ଘଟଣା ଘଟିଥିଲା । ବିଜେପି ଅନେକ ଥର ରାଜ୍ୟ ସରକାରଙ୍କୁ ନିଦରୁ ଉଠାଇବା ପାଇଁ ଚେଷ୍ଟା କରିଛି । ହେଲେ ରାଜ୍ୟ ସରକାର ବାରମ୍ବାର ଆଇନକୁ ବାଟବଣା କରୁଛନ୍ତି । 2021 ଜୁନ 14ରେ ଆଇଜି ଏସ ସାଇନୀଙ୍କୁ ମୁଖ୍ୟମନ୍ତ୍ରୀ ମହିଳା ହିସାଂର ସ୍ବତନ୍ତ୍ର ତଦନ୍ତ ପାଇଁ ନିଯୁକ୍ତ କରିଥିଲେ ।

କିନ୍ତୁ ଦୁର୍ଭାଗ୍ୟର କଥା ବିଧାୟିକା କୁସୁମ ଟେଟେ ଆଇଜିଙ୍କୁ ଫୋନ ଯୋଗେ ପଚାରିଥିଲେ ଏହି ସମ୍ପର୍କରେ । ହେଲେ ଆଇଜି ଦାୟିତ୍ବରେ ନାହାନ୍ତି ବୋଲି କହିଥିଲେ । ମହିଳା ମୋର୍ଚ୍ଚାର ଟିମ ଆଇଜି ସାଇନୀଙ୍କୁ ଭେଟିଥିଲା । ହେଲେ ସେ ଏହି କେସ ଜିଲ୍ଲା ପୋଲିସର ଦାୟିତ୍ବ ବୋଲି କହିଥିଲେ । ତେଣୁ ରାଜ୍ୟ ସରକାରଙ୍କୁ ବିଜେପି ମହିଳା ମୋର୍ଚ୍ଚାର ପ୍ରଶ୍ନ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କୁଆଡେ ଗଲା ?70 ଲକ୍ଷ ମହିଳାଙ୍କ ମଧ୍ୟରେ ଇତିଶ୍ରୀ, ବେବିନା ଏବଂ ମମିତା ନାହାନ୍ତି କି ?

ଏହାରି ବିରୋଧରେ ଆସନ୍ତାକାଲି ଠାରୁ ୨ ଦିନ ରାଜ୍ୟବ୍ୟାପୀ ବିଜେପି ମହିଳା ମୋର୍ଚ୍ଚା ୩୬ ସାଂଗଠନିକ ଜିଲ୍ଲାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାରେ ସ୍ମାରକ ପତ୍ର ଦେବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details