ଓଡିଶା

odisha

ETV Bharat / city

ବିଜେପିକୁ ଅଡୁଆ ଅପରାଜିତା ! ଅଭିଯୋଗ ଆଣିଲେ ଅସନ୍ତୁଷ୍ଟ ଗୋଷ୍ଠୀ - ସଂଗଠନ ପୁନର୍ଗଠନ

ଦକ୍ଷ ପ୍ରଶାସିକାରୁ ରାଜନେତ୍ରୀ । ପୁଣି ପ୍ରଥମ ପ୍ରୟାସରେ ସାଂସଦ । ଏବେ ରାଜନୀତିକୁ ଆସି ବିବାଦରେ ମାଡାମ ଷଡଙ୍ଗୀ !

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 15, 2019, 9:45 PM IST

ଭୁବନେଶ୍ବର: ସରିଛି ନିର୍ବାଚନ । ରାଜ୍ୟରେ ଗଠନ ହୋଇସାରିଛି ସରକାର । ଏବେ ସମୟ ଦଳ, ସଂଗଠନ ପୂନର୍ଗଠନ କରିବାର । ଆଉ ଏହାରି ମଧ୍ୟରେ ସଂଗଠନ ପୁନର୍ଗଠନ କରିବା ପାଇଁ ରାଜନୈତିକ ଦଲ ଗୁଡିକ ମଧ୍ୟ ଆରମ୍ଭ କରିଛନ୍ତି । ଠିକ ଏହି ସମୟରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପିରେ ଦେଖାଦେଇଛି ଦଳୀୟ ଅନ୍ତକନ୍ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଫାୟାର ବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏବେ ଭୁବନେଶ୍ବର ସଂଗଠନ ଜିଲ୍ଲା ଖୁସୀ ନାହାନ୍ତି । ତେଣୁ ଭୁବନେଶ୍ବରର ସାଂସଦ ଥିବା ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହାସହ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ନେତୃତ୍ବଙ୍କ ନିକଟରେ ଦାବି କରିଛନ୍ତି ଭୁବନେଶ୍ବର ଜିଲ୍ଲା ସଂଗଠନର ସଂପାଦକ ସୁଶାନ୍ତ କୁମାର ସାବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ସୁଶାନ୍ତ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଅପରାଜିତା ମୂଳ ସଂଗଠନ ବିରୋଧରେ ଅନ୍ୟଏକ ସଂଗଠନ ତିଆରି କରୁଛନ୍ତି । ଏହାସହ କିଛି ଅସାମାଜିକ ବ୍ୟକ୍ତିବିଶେଷଙ୍କୁ ନେଇ ‘ଟିମ୍ ଅପରାଜିତା’ ଗଠନ କରିଛନ୍ତି । ଏହି ଟିମ ଦଳ ଓ ସଂଗଠନ ବିରୋଧରେ କାମ କରୁଛି । ଏହାସହ ଅପରାଜିତା ଦଳର ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ନିଜ ଇଛା ଅନୁସାରେ ସଂଗଠନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତ । ତେବେ ଆରମ୍ଭରୁ ଅପରାଜିତାଙ୍କୁ ନେଇ ଏକ ଗୋଷ୍ଠୀ ବିରୋଧ କରୁଥିବାରୁ ଏହା ଆଗାମୀ ଦିନରେ ବିସ୍ପୋରକ ମୋଡ ନେଇ ପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ରାଜନୈତିକ ଦଳରେ ସମସ୍ତଙ୍କ କିଛି ନା କିଛି ଭିନ୍ନ ଭିନ୍ନ ମତ ରହିଥାଏ । ଏହା ଦଳୀୟ ସ୍ତରରେ ସମାଧାନ କରାଯିବ ବୋଲି କହିଛନ୍ତି ହରିଚନ୍ଦନ ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details