ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । 36 ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ଆଲୋଚନା କରିବେ ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ବୁଥ ସ୍ତରରେ ଦଳକୁ ମଜବୁତ କରିବା ନେଇ ପୂରନ୍ଦେଶ୍ବରୀ ଦେବେ ମନ୍ତ୍ର ।
ସମସ୍ତ ଜିଲ୍ଲା ସଭାପତିଙ୍କ ସହିତ ପ୍ରଭାରୀ, ପଦାଧିକାର, ବିଧାୟକ, ସାଂସଦ ଏବଂ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ହେବ ବୈଠକ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ନେଇ ପ୍ରସ୍ତୁତ ହେବ ରଣନୀତି । 4ଟି ପର୍ଯ୍ୟାୟରେ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ କରିବେ ବୈଠକ । ଆଜି ଦିନ ତମାମ ରାଜ୍ୟ କାର୍ଯ୍ୟାଳୟରେ ଚାଲିବ ବୈଠକ ।