ଭୁବନେଶ୍ବର : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲାଇଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ( Chittaranjan Palai Murder Case) । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ମୃତକଙ୍କ ପରିବାର ବର୍ଗ ହତ୍ୟାକାଣ୍ଡର ସତ୍ୟାସତ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ । ଆଜି (ବୁଧବାର) ଡିଜିପି କ୍ରାଇମବ୍ରାଞ୍ଚ (Crime Branch ) ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Chittaranjan Death Case: କ୍ରାଇମବ୍ରାଞ୍ଚ ତଦନ୍ତ ଆଳ ଦେଖାଇ ଡ୍ରାମା କରିବା କିଛି ଆବଶ୍ୟକ ନାହିଁ - ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲାଇଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ
କ୍ରାଇମବ୍ରାଞ୍ଚ ତଦନ୍ତ ଆଳ ଦେଖାଇ ଡ୍ରାମା କରିବା କିଛି ଆବଶ୍ୟକ ନାହିଁ
କ୍ରାଇମବ୍ରାଞ୍ଚ ତଦନ୍ତ ଆଳ ଦେଖାଇ ଡ୍ରାମା କରିବା କିଛି ଆବଶ୍ୟକ ନାହିଁ
ପୃଥୀରାଜ ହରିଚନ୍ଦନ କହିଛନ୍ତି କ୍ରାଇମ ବ୍ରାଞ୍ଚ ତଦନ୍ତକୁ ଏକ ହାସ୍ୟାସ୍ପଦ ବିଷୟ ବସ୍ତୁ କରିସାରିଲେଣି ରାଜ୍ୟ ପୋଲିସ । ରାଜ୍ୟର ଯେତେ କ୍ରାଇମ ବ୍ରାଞ୍ଚ ତଦନ୍ତ ହୋଇଛି ପ୍ରକୃତ ଦୋଷୀକୁ କ୍ଲିନଚିଟ୍ ଦିଆଯାଉଛି। ଏହା କ୍ରାଇମବ୍ରାଞ୍ଚର ଚିରାଚରିତ କାହାଣୀ ହୋଇଯାଇଛି। ଦୋଷୀକୁ ଯଦି କ୍ଲିନ ଚିଟ୍ ଦିଆଯାଉଛି । ତେବେ ଏହି ଘଟଣାରେବି ପୁଲିସ କ୍ଲିନଚିଟ୍ ଦେଇଦେବ। କ୍ରାଇମବ୍ରାଞ୍ଚ ତଦନ୍ତ ଆଳ ଦେଖାଇ ଡ୍ରାମା କରିବା କିଛି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ