ଓଡିଶା

odisha

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ରାଜନୈତିକ ଚିଠା ପ୍ରସ୍ତାବ ପାରିତ

By

Published : Jun 28, 2021, 11:59 AM IST

Updated : Jun 28, 2021, 4:47 PM IST

ଭର୍ଚ୍ଚୁଆଲ ମୋଡରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି । ବର୍ତ୍ତମାନ ରାଜନୀତିକ ପରିସ୍ଥିତି ଏବଂ ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଛି । ଏହା ଏଥିରେ ଦୁଇଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇଛି । ଆଗାମୀ ତିନି ମାସ ପାଇଁ ବିଜେପି ତାର ରୋଡମ୍ୟାପ ପ୍ରସ୍ତୁତ କରିଛି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଆରମ୍ଭ ହେଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର:ବିଜେପିର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଛି । ଏହା ସମୀର ମହାନ୍ତିଙ୍କ କାର୍ଯ୍ୟକାଳର ତୃତୀୟ କାର୍ଯ୍ୟକାରିଣୀ ବୈଠକ । ଭର୍ଚୁଆଲ ମୋଡରେ ହୋଇଛି ବୈଠକ । ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ସମସ୍ତ ସାଂସଦ, ବିଧାୟକ, କେନ୍ଦ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ସମସ୍ତ ଜିଲ୍ଲା ସଭାପତି, ସମସ୍ତ ମୋର୍ଚ୍ଚାର ଅଧ୍ୟକ୍ଷ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପୂର୍ବତନ ବିଧାୟକ, ସାଂସଦ, ମନ୍ତ୍ରୀ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟତଃ ଦୁଇଟା ଚିଠା ପ୍ରସ୍ତାବ ପାରିତ ହୋଇଛି । ସର୍ବସମ୍ମତି କ୍ରମେ ଓଡିଶାର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଳର ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି । ଏହା ସହ ମହାମାରୀ ସମୟରେ ବିପୁଳ ସହାୟତା ସହ କେନ୍ଦ୍ର ସରକାରଙ୍କ ରାଜ୍ୟକୁ ଆର୍ଥିକ ସହାୟତା ପାଇଁ ଧନ୍ୟବାଦ ପ୍ରସ୍ତାବ କାର୍ଯ୍ୟକାରିଣୀ ବୈଠକରେ ପାରିତ ହୋଇଛି ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ରାଜନୈତିକ ଚିଠା ପ୍ରସ୍ତାବ ପାରିତ

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ

- ସର୍ବସମ୍ମତି କ୍ରମେ ସାମୁହିକ ଭାବେ ପାରିତ ହୋଇଛି। ଓଡିଶାର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରିତ । ରାଜ୍ୟରେ ସାଧାରଣ ଜନତା କୋରୋନା ଭଳି ବଡ଼ ବିପତ୍ତିର ସାମ୍ନା କରୁଛନ୍ତି । ଆଉ ଏଥିପାଇଁ କେନ୍ଦ୍ର ସରକାର ହାତ ଖୋଲି ସମସ୍ତ ସହାୟତା ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହାକୁ ନେଇ ବିଜେପି ଉଦବେଗ ପ୍ରକାଶ କରିଛି । କୋଭିଡ ମୁକାବିଲାରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟର ଆବଶ୍ୟକତା ରହିଛି । କିନ୍ତୁ ସେଥିରେ ରାଜ୍ୟ ସରକାର ବିଫଳ । କୋଭିଡ୍ ମହାମାରୀ ଦ୍ବିତୀୟ ଲହରର 3 ମାସ ବିତିଗଲାଣି ହେଲେ ରାଜ୍ୟ ସରକାର ଆଜି ଯାଏଁ ଟେଷ୍ଟିଂ ବଢ଼ାଉନାହାନ୍ତି । ଯେଉଁଥି ପାଇଁ ଅଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ବିଜେପି ବାରମ୍ବାର ଦାବି କଲେ ମଧ୍ୟ ସରକାର ଟେଷ୍ଟିଂ ବଢ଼ାଇଲେ ନାହିଁ ।

- 5 ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଗତବର୍ଷ ଟିଏମସି ସେଣ୍ଟର କରିଥିଲେ । ହେଲେ ଏ ଅଧିକ ସଂକ୍ରମଣ ଥିବା ସତ୍ତ୍ବେ ଟିଏମସି ସେଣ୍ଟର ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କଲେ ନାହିଁ । କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଅର୍ଥ ନଷ୍ଟ ହେଲା । ଗତଥର ଟିଏମସି ଗୁଡ଼ିକରେ ହୋଇଥିବା ଖର୍ଚ୍ଚର ହିସାବ ସରକାର ଦେଲେ ନାହିଁ । ସରକାର ନିଜର ଦଲାଲ ମାନଙ୍କ ଦ୍ବାରା ସମସ୍ତ ଟଙ୍କା ଲୁଟ କଲେ ।

- ମେଡ଼ିକାଲ ଗ୍ରେଡ଼ ଅକ୍ସିଜେନ ପ୍ଲାଟ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ରାଜ୍ୟ ସରକାର ଗୋଟିଏ ହେଲେ ପ୍ଲାଣ୍ଟ କଲେ ନାହିଁ । ଏ ବର୍ଷ କେନ୍ଦ୍ର ସରକାର ଓ ଧର୍ମେନ୍ଦ୍ର ପ୍ରଧାନ ଅକ୍ସିଜେନ ଯୋଗାଇବା ପାଇଁ ସମସ୍ତ ସହାୟତା ଯୋଗାଇନଥିଲେ ରାଜ୍ୟବାସୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତେ ।କେନ୍ଦ୍ର ସରକାର ଆଇସିୟୁ ଭେଣ୍ଟିଲେଟର ଦେଇଥିଲେ । ହେଲେ ରାଜ୍ୟ ସରକାର ଲଗାଇଲେ ନାହିଁ । ଟେକନିସିଆନ ନିଯୁକ୍ତ କଲେ ନାହିଁ । ଏବେ ଯାଏଁ ପ୍ରାଣ ରକ୍ଷାକାରୀ ଇକମୋ ମେସିନ ବ୍ୟବସ୍ଥା କରିନାହାନ୍ତି । ଯେଉଁଥିପାଇଁ ଅନେକ ଲୋକଙ୍କର ମୃତ୍ୟୁ ହେଲା । ଡାକ୍ତର ଓ ସ୍ବାସ୍ଥ୍ୟସେବା ଦେବାରେ ରାଜ୍ୟ ସରକାର ବିଫଳ ହେଲେ। ଗ୍ରାମାଞ୍ଚଳରେ ବ୍ୟବସ୍ଥ କଲେ ନାହିଁ ।

- ଦେଶରେ ଭ୍ୟାକସିନ ପାଖାପାଖି 36 କୋଟିରୁ ଅଧିକ ଦିଆଗଲାଣି । ରାଜ୍ୟରେ ମଧ୍ୟ ଭ୍ୟାକ୍ସିନ ଦିଆଯାଉଛି । କିନ୍ତୁ ବିଜେଡ଼ିର ନେତୃତ୍ବରେ ଟୀକାକରଣ ହେଉଛି ବୋଲି ପୋଷ୍ଟର ଓ ପୁସିଂ କାର୍ଡ ଲଗାଉଛନ୍ତି । ଏଭଳି ଛୋଟଲୋକି ରାଜନୀତି ବୋଧେ କେବଳ ଓଡିଶାରେ ହିଁ ହୋଇଛି । ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ଏହାକୁ ନିନ୍ଦା କରିଛି ।

- ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ସାର୍ବଜନୀନ କଲେ ନାହିଁ । ସବୁବେଳେ ଲୁଚାଉଛନ୍ତି । ରାଜ୍ୟ ସରକାର ଲୁଚାଇବା କାରଣରୁ କେନ୍ଦ୍ର ସରକାରଙ୍କ ସହାୟତା ମିଳିଲା ନାହିଁ ।

- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦଳୀୟ ଭିତ୍ତିରେ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଯେଉଁମାନଙ୍କର ଘର ବାତ୍ୟାରେ ଭାଙ୍ଗିଥିଲା । ସେମାନଙ୍କ ପାଇଁ ଆବାସ ପ୍ଲସ ଯୋଜନା କଲେ କେନ୍ଦ୍ର ସରକାର । ହେଲେ 9 ଟି ଜିଲ୍ଲାରେ ଗୋଟିଏ ବି ମିଳିଲା ନାହିଁ । ରାଜ୍ୟ ସରକାର ଘର ଦେବାର ତାଲିକାରେ ନାହିଁ । କିଛି ଜିଲ୍ଲାରେ 1 ଲକ୍ଷରୁ ଅଧିକ, କିଛି ଜିଲ୍ଲାରେ 100ରୁ କମ, କେଉଁଠି 10ରୁ କମ, କେଉଁଠି ଜମା ବି ଘର ମିଳିନାହିଁ । ଏହାକୁ ବିଜେପି ନିନ୍ଦା କରୁଛି ।

- ଅନ୍ୟ ରାଜ୍ୟରୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ କାମ ଦେବା କଥା କହିଥିଲେ । କିନ୍ତୁ ମେସିନ ଦ୍ବାରା ବିଜେଡ଼ି କର୍ମୀ ଓ ଜେଇ ମାନଙ୍କ ଦ୍ବାରା କମ କରାଯାଉଛି । ରାଜ୍ୟ ସରକାରଙ୍କୁ ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ନେଉନାହାନ୍ତି । ଯେଉଁ ପ୍ରବାସୀ ମାନେ ଓଡିଶାକୁ ଫେରିଛନ୍ତି । ସେମାନଙ୍କୁ କହିଲେ ସ୍କିଲ ମ୍ୟାପିଂ କରିବେ । କିନ୍ତୁ ଗୋଟିଏ ବି ଜାଗାରେ ସ୍କିଲ ମ୍ୟାପିଂ ହେଲା ନାହିଁ । କାହାକୁ ବି କାମ ଦେଲେ ନାହିଁ ।

- ରାଜ୍ୟ ସରକାର ଓଇଆରସି ଦ୍ବାରା ଦଲାଲି କରି ବିଦ୍ୟୁତ ଯୋଗାଣକୁ ଘରୋଇକରଣ କଲେ । ଯେଉଁମାନେ କର୍ମଚାରୀ ମାନେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କୁ ପ୍ରାଇଭେଟ କମ୍ପାନୀ ମାନେ ବାହାର କରିଦେଲେ । ଓଇଆରସି ପ୍ରାଇଭେଟ କମ୍ପାନୀଙ୍କ ସ୍ବାର୍ଥ ପାଇଁ ମନଇଚ୍ଛା ବିଦ୍ୟୁତ ଦର ବୃଦ୍ଧି କରୁଛନ୍ତି ।

- ରାଜ୍ୟରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଛି । ମଣ୍ଡି ସମସ୍ୟା, ଟୋକେନ କୁପରିଚାଳନା ଓ ମିଲର ମାନଙ୍କ ସହ ମଧୁଚନ୍ଦ୍ରିକା ଚାଲିଛି । ଏମଏସପି ଵୃଦ୍ଧି କଲେ କେନ୍ଦ୍ର ସରକାର । କିନ୍ତୁ ଚାଷୀ ଏବେବି ଧାନର ଅଭାବୀ ବିକ୍ରି କରୁଛି । ଯେଉଁଥି ପାଇଁ ଚାଷୀ ବାରମ୍ବାର ଆନ୍ଦୋଳନ କରୁଛି । କିନ୍ତୁ ତଥାପି ଚାଷୀଙ୍କ ଧାନ ଉଠୁନାହିଁ । ଆଗାମୀ ଦିନରେ ଏ ନେଇ ବିଜେପି ଆନ୍ଦୋଳନ କରିବ ।

- ଓଡିଶାର ସୀମାରେ 12 ଟି ଜିଲ୍ଲା ସୀମା ବିବାଦ ଲାଗି ରହିଛି । ସେଠାରେ ପଡୋଶୀ ରାଜ୍ୟ ମାନଙ୍କର ଏକ ଚାଟିଆ ଶାସନ ଚାଲିଛି । ସବୁଠୁ ଦୁଃଖର କଥା, ଓଡିଶା ରାଜ୍ୟ ସରକାର ଓଡିଶାର ସୀମା ସୁରକ୍ଷା କରି ପାରୁନାହାନ୍ତି ।

- ବଂଶଧାରା ଟ୍ରିବ୍ୟୁନାଲରେ ଓଡିଶା ସଠିକ ଦାବି କରି ପରିପାରିଲା ନାହିଁ । ରାୟ ଆନ୍ଧ୍ର ସପକ୍ଷରେ ଗଲା । ଅନେକ ଗାଁ ଉଚ୍ଛେଦ ହେବାକୁ ଯାଉଛି । ଯଦି ଓଡିଶା ଆନ୍ଧ୍ର ସହ ଆଲୋଚନା କରିବ ନାହିଁ ତେବେ ରାଜ୍ୟର କ୍ଷତି ହେବ । ସେହିପରି ମହାନଦୀ ଟ୍ରିବ୍ୟୁନାଲରେ ମଧ୍ୟ ରାଜ୍ୟର ସ୍ବାର୍ଥ ଅନିଶ୍ଚିତତା ଭିତରେ ଅଛି । ମହାନଦୀ ଜଳ ପାଇଁ ରାଜ୍ୟ ସରକାର ସୁରକ୍ଷା ଦେଇପାରିଲେ ନାହିଁ ।

- ରାଜ୍ୟ ସରକାର ନିଜେ ଜମି ଦଲାଲ ହେବାକୁ ବସିଛନ୍ତି । ଭୁବମେଶ୍ବରର ଏକାମ୍ର ଜମି, ଜଗନ୍ନାଥଙ୍କ ଜମି ବିଲଡ଼ରଙ୍କ ହାତକୁ ଟେକି ଦିଆଯାଉଛି, ଆଇଏମଏମଟି ଜମିକୁ ହୋଟେଲକୁ ଦେବାକୁ ଚକ୍ରାନ୍ତ କରାଯାଉଛି । ରାଜ୍ୟ ସରକାରଙ୍କର ନୂଆ ଜମି ଦଲାଲିର ରୂପ ନିନ୍ଦନୀୟ ।

- ମାଷ୍ଟର କ୍ୟାଣ୍ଟିନରେ ଥିବା ଘୋଡା ମୂର୍ତ୍ତି ଯାହା ଓଡିଶା ଐତିହ୍ୟର ପ୍ରତୀକ । ତାକୁ ରାଜ୍ୟ ସରକାର ହଟେଇବାକୁ ବସିଛନ୍ତି । ଏହାକୁ କେବେ ବି ବରଦାସ୍ତ କରାଯିବ ନାହିଁ । ଆନ୍ଦୋଳନ ତୀବ୍ରତର ହେବ ।

*2. ଧନ୍ୟବାଦ ପ୍ରସ୍ତାବ*

ବିଜେପି କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଧନ୍ୟବାଦ ଦେବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ବତନ୍ତ୍ର ପ୍ରସ୍ତାବ ଆଣିଛି ।

- କୋରୋନା ସହାୟତା, ଏମ୍ସ ଭିତ୍ତିଭୂମି ବୃଦ୍ଧି, ଆଇସିୟୁ ପିପିଇ କୀଟ ଆଦି ଯୋଗାଇଦେଲେ କେନ୍ଦ୍ର ସରକାର ।

- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ଯୋଗୁଁ ଅକ୍ସିଜେନ ଯୋଗାଣ ହୋଇପାରିଛି । ଷ୍ଟିଲ କମ୍ପାନୀ ମାନଙ୍କୁ ଲଗାଇ ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ ଦେବାରେ ଐତିହାସିକ ସହାୟତା ପାଇଁ ବିଜେପି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଉଛି ।

-ଗରିବ କଲ୍ୟାଣ ଯୋଜନାରେ ଓଡିଶାର 3.5 କୋଟି ଲୋକଙ୍କୁ ଚାଉଳ ଯୋଗାଇଛି କେନ୍ଦ୍ର । 255 କୋଟି ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର । ଜନଧନ ଯୋଜନାରେ 1258 କୋଟି ଟଙ୍କା ଓଡିଶାର ମହିଳା ମାନଙ୍କୁ ଦେଇଛନ୍ତି କେନ୍ଦ୍ର ସରକାର । ନିର୍ମାଣ ଶ୍ରମିକ, ଚାଷୀଙ୍କୁ ସହାୟତା ମିଲିଛି । କରୋନା ଯୋଦ୍ଧାଙ୍କୁ ସହାୟତା ମିଲିଛି । ଆଶା ଓ ଅଙ୍ଗନବାଡି ଦିଦିଙ୍କୁ ସହାୟତା ଦିଆଯାଇଛି । ଅନୁସୂଚିତ ପିଲାଙ୍କୁ ଷ୍ଟାଇପେଣ୍ଡ ମିଲିଛି । ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ବ୍ୟାପକ ସହାୟତା ଯୋଗାଇଛନ୍ତି କେନ୍ଦ୍ର ସରକାର । 2019 ଓ 2021ରେ ହଜାର ହଜାର କୋଟିର ଆର୍ଥିକ ସହାୟତା ଦେଇଛନ୍ତି । ଓଡିଶାରେ ଜିଏସଟି ବଢାଇବା ସହ ଓ ଜିଏସଟି ଋଣ ମଧ୍ୟ ମିଲିଛି । ଅନେଳ୍ ଷ୍ଟେଟ ହାଇୱେକୁ ଜାତୀୟ ରାଜପଥରେ ପରିଣତ କରିଛନ୍ତି ।

- ଆଗାମୀ 3 ମାସ ପାଇଁ ବିଜେପିର ରାଜନୈତିକ ରୋଡ଼ ମ୍ୟାପ, କେନ୍ଦ୍ର ସରକାରଙ୍କ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆଦିକୁ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jun 28, 2021, 4:47 PM IST

ABOUT THE AUTHOR

...view details