ଓଡିଶା

odisha

ETV Bharat / city

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ବିତୀୟ ଦିନ: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା - ପୃଥୀବିରାଜ ହରିଚନ୍ଦନ

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଦ୍ବିତୀୟ ଦିବସ ଆରମ୍ଭ
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଦ୍ବିତୀୟ ଦିବସ ଆରମ୍ଭ

By

Published : Mar 7, 2021, 12:15 PM IST

Updated : Mar 7, 2021, 3:00 PM IST

11:48 March 07

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ବିତୀୟ ଦିନ: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ବର: ଆରମ୍ଭ ହେଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ବିତୀୟ ତଥା ଶେଷ ଦିବସ। ରାଜ୍ୟ ଜାର୍ଯ୍ୟକାରିଣୀ ନେଇ ବିଜେପି ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ ।  କୋଭିଡ ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୋଲି କହିଛନ୍ତି ପୃଥ୍ବୀରାଜଙ୍କ ସୂଚନା ।

ରାଜ୍ୟରେ ବିକାଶକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟରେ ଚାଲିଛି କୁଶାସନର ରାଜୁତି ,ରାଜ୍ୟ ସରକାର ବିକାଶରେ ନିଜେ ବାଧକ ସାଜିଛନ୍ତି। ଯେତେବେଳେ ଓଡ଼ିଶାର ବିକାଶ କେନ୍ଦ୍ର ପାଇଁ ପ୍ରାସଙ୍ଗିକତା ରଖୁଛି, ସେତେବେଳେ ରାଜ୍ୟର ବିକାଶରେ ଆସିଛି ବିକଳ ଅବସ୍ଥା। ଏହାର ଉଦାହରଣ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା।  

୨୦୧୯ ରୁ ଏଯାଏଁ ଏହି ଯୋଜନା ହିତାଧିକାରୀଙ୍କ ପାଇଁ ଅପହଞ୍ଚ। ଯୋଜନଭୁକ୍ତ ଯୋଗ୍ୟତା ଥିଲେ ବି ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ। ପ୍ରଶ୍ନ ଆସୁଛି, କାହାକୁ ଯୋଜନା ଭୁକ୍ତ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର ଘୋଷଣା। ଯେପର୍ଯ୍ୟନ୍ତ ଏହି ଅନ୍ୟାୟ ବନ୍ଦ ନହୋଇଛି, ସେପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରୀ ରଖିବ ।  

ରାଜ୍ୟ ସରକାର କୋଭିଡ ଭିତରେ ୪,୪୦୦ କୋଟି ଏମ ନରେଗା ପାଇଁ ଖର୍ଚ୍ଚ କରି ଥିଲାବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ। ମନରେଗା ଯୋଜନାରେ ପ୍ରାୟ ୮୦୦ କୋଟି ଜାଲି ବିଲ କରିଛନ୍ତି ରାଜ୍ୟ ସରକାର।  

ସେହିଭଳି ସୀମା ବିବାଦ ନେଇ ରାଜ୍ୟବାସୀ ଚିନ୍ତିତ। ସେଭଳି ସମୟରେ ରାଜ୍ୟ ସରକାର ଉଦାସୀନ। ଏହାର ସମାଧାନ ପାଇଁ ରାଜ୍ୟସରକାରଙ୍କୁ କିଏ ଅଟକାଇଛି, ତାର ଜବାବ ରାଜ୍ୟ ସରକାର ଦିଅନ୍ତୁ। ତେବେ ପ୍ରତିଟି ଗରିବ ଲୋକର ମୁଣ୍ଡରେ ଛାତଟିଏ ଦେବା ପର୍ଯ୍ୟନ୍ତ ବିଜେପି ରାଜ୍ୟରେ ଲଢେଇ ଜାରି ରଖିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ।  

ସୀମା ବିବାଦ ଉପରେ ଆଲୋଚନା ହେବ। କୋଟିଆ, ଆନ୍ଧ୍ର ଝାଡଖଣ୍ଡ ସୀମା ବିବାଦ ଚାଲିଛି। କୋଟିଆ ବିବାଦରେ, ସୀମା ବିବାଦର ଚର୍ଚ୍ଚା ଆକାଶରେ ଛୁଇଁଲାଣି , ମୁଖ୍ୟମନ୍ତ୍ରୀଙ୍କର ସମବେଦନା ଥାଏ, ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଡୋଶୀ ସହ ଆଲୋଚନା କରିବେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 7, 2021, 3:00 PM IST

ABOUT THE AUTHOR

...view details