ଭୁବନେଶ୍ବର:ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଉଛି ବିଜେପି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘରକୁ ରାଜ୍ୟ ସରକାର ନିଜ ନାମରେ କରି ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ଏବଂ କଂଗ୍ରେସ ଦଳ ମିଳିମିଶି ହଟ୍ଟଗୋଳ କରୁଛନ୍ତି । ଏନେଇ ଅଭିଯୋଗ କରି ବିରୋଧୀ ଦଳ ବିଧାନସଭା ସମ୍ମୁଖ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଉଛନ୍ତି । ସେପଟେ ଧାରଣାରତ ବିଜେପି ସଦସ୍ୟଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି ଶାସକ ଦଳ ।
ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଦଳର ମୁଖ୍ୟ ସଚେତକ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେପି ସଦସ୍ୟଙ୍କୁ ଗୃହରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ହେଲେ ଅଂଶଗ୍ରହଣ କରିବାକୁ ବିଜେପି ସିଧାସଳଖ ମନା କରିଛି ଏବଂ କହିବାକୁ ସୁଯୋଗ ଦେଲେ ଅଂଶଗ୍ରହଣ କରିବେ ବୋଲି କହିଛି । ଶେଷରେ ବିରୋଧୀ ଦଳକୁ ମନାବାଇବାକୁ ଆସି ପ୍ରମିଳା ମଲ୍ଲିକ ଏବଂ ନିରଞ୍ଜନ ପୂଜାରୀ ବିଫଳ ହୋଇ ଫେରି ଯାଇଛନ୍ତି ।