ଓଡିଶା

odisha

ETV Bharat / city

ଆଜିଠାରୁ ପରୀ ପାଇଁ ବିଜେପିର 5 ଦିନିଆ ପଦଯାତ୍ରା - pari murder case

ପରୀକୁ ନ୍ୟାୟ ଦାବିରେ ଭୁବନେଶ୍ବରରୁ ନୟାଗଡ ଯଦୁପୁର ଅଭିମୁଖେ ବାହାରିଛି ବିଜେପିର ପଦଯାତ୍ରା । ଏକାମକ୍ଷେତ୍ର ଲିଙ୍ଗରାଜଙ୍କ ଆଜ୍ଞାମାଳ ନେଇ ବିଜେପି ଏହି ପଦଯାତ୍ରାରେ ବାହାରିଛି ।

ପରୀକୁ ନ୍ୟାୟ ଦାବିରେ ବିଜେପିର 5 ଦିନିଆ ପଦଯାତ୍ରା
ପରୀକୁ ନ୍ୟାୟ ଦାବିରେ ବିଜେପିର 5 ଦିନିଆ ପଦଯାତ୍ରା

By

Published : Dec 20, 2020, 4:59 PM IST

ଭୁବନେଶ୍ବର: ପରୀ ପାଇଁ ବିଜେପିର ପଦଯାତ୍ରା । ପରୀକୁ ନ୍ୟାୟ ଦାବିରେ ଭୁବନେଶ୍ବରରୁ ନୟାଗଡ ଯଦୁପୁର ଅଭିମୁଖେ ବାହାରିଛି ବିଜେପିର ପଦଯାତ୍ରା । ଏକାମକ୍ଷେତ୍ର ଲିଙ୍ଗରାଜଙ୍କ ଆଜ୍ଞାମାଳ ନେଇ ବିଜେପି ଏହି ପଦଯାତ୍ରାରେ ବାହାରିଛି ।

ଆଜି(ରବିବାର) ବିଜେପି ପକ୍ଷରୁ 5 ଦିନିଆ ପଦଯାତ୍ରା ଆରମ୍ଭ ହୋଇଛି । ଆଜିଠାରୁ ଆସନ୍ତା 24 ତାରିଖ ଯାଁଏ ଏହି ପଦଯାତ୍ରା ଚାଲିବ । ପରୀକୁ ନ୍ୟାୟ ଦେବା ଦାବିରେ ପଦଯାତ୍ରା ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରୁ ନୟାଗଡ଼ ପରୀ ଗାଁ ଯଦୁପୁର ଅଭିମୁଖେ ଏହି ବିଶାଳ ପଦଯାତ୍ରା ବାହାରିଛି ।

ପରୀକୁ ନ୍ୟାୟ ଦାବିରେ ବିଜେପିର 5 ଦିନିଆ ପଦଯାତ୍ରା

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରିବା ଦାବିରେ ଜିଦରେ ଅଟଳ ବିଜେପି । ଏହି ୫ ଦିନିଆ ପଦଯାତ୍ରାରେ ପ୍ରାୟ ୯୮ କିମି ପଦଯାତ୍ରା କରିବ ବିଜେପି । ପ୍ରତିଦିନ ପ୍ରାୟ ୨୦ କିମି ରାସ୍ତା ପଦଯାତ୍ରା ଅତିକ୍ରମ କରିବ ବିଜେପି ।

ଆଜି ଭୁବନେଶ୍ବରରୁ ବାହାରି ଯାଆଁଳାରେ ରହିବ, 21 ତାରିଖ ତଥା ଦ୍ବିତୀୟ ଦିନ ଯାଆଁଳାରୁ ବାହାରି ସାରୁଅ, 22 ତାରିଖ ତଥା ତୃତୀୟ ଦିନରେ ସାରୁଅରୁ ବୋଲଗଡ଼, ଚତୁର୍ଥ ଦିନରେ ବୋଲଗଡ଼ରୁ ଇଟାମାଟି ଏବଂ 25 ତାରିଖ ତଥା ପଞ୍ଚମ ଦିନରେ ଇଟାମାଟିରୁ ଯଦୁପୁର ଠାରେ ଏହି ପଦଯାତ୍ରା ପହଞ୍ଚିବା ପରେ ଏକ ବିଶାଳ ଜନ ସମାବେଶ କରିବ ବିଜେପି।

ଜୁଲାଇ 14 ତାରିଖରେ ନୟାଗଡ ଯଦୁପୁର ଗାଁରୁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା ପରୀ । ଏହାର 9 ଦିନ ପରେ ଅର୍ଥାତ୍ ଜୁଲାଇ 23ରେ ଘର ପଛପଟ ପୋଖରୀ ନିକଟରୁ ପରୀର ମୃତଦେହ ମିଲିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details