ଓଡିଶା

odisha

ETV Bharat / city

କୋଭିଡ ଗ୍ରାଫ କମୁଥିବାବେଳେ ବିଏମସିର ଏକଚାଟିଆ ପଦକ୍ଷେପ - BMC

ବିଏମସି ପକ୍ଷରୁ ଜାରି କରାଯାଇଥିବା କୋରୋନା କଟକଣାକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି । ଅଧିକ ପଢନ୍ତୁ...

BJP Spokesperson reaction on bmc covid19 guideline
କୋଭିଡ ଗ୍ରାଫ କମୁ ଥିବାବେଳେ ବିଏମସିର ଏକଚାଟିଆ ପଦକ୍ଷେପ

By

Published : Oct 5, 2021, 5:48 PM IST

ଭୁବନେଶ୍ବର: ବିଏମସି ପକ୍ଷରୁ ଜାରି କରାଯାଇଥିବା କୋରୋନା କଟକଣାକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ମୁଖପାତ୍ର । କୋଭିଡର ଗ୍ରାଫ କମୁଥିବାବେଳେ ବିଏମସି କମିସନର ଏକଚାଟିଆ ପଦକ୍ଷେପ ନେଉଛନ୍ତି । ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ।

କୋଭିଡ ଗ୍ରାଫ କମୁ ଥିବାବେଳେ ବିଏମସିର ଏକଚାଟିଆ ପଦକ୍ଷେପ

ଭୁବନେଶ୍ବରରେ କୋଭିଡର ଗ୍ରାଫ୍ କମୁଥିବାବେଳେ BMC ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ କଟକଣା ଲାଗୁ କରିଛି । କୋଭିଡ ପାଇଁ ଦୁଇ ବର୍ଷ ହେବ ରୋଜଗାର ହରାଇଥିବା ବେଳେ BMCର ଏହି ନିଷ୍ପତ୍ତି ଲୋକଙ୍କ ଆର୍ଥିକ ସ୍ଥିତିକୁ ଖରାପ କରିବ ବୋଲି ଅଭିଯୋଗ କରିଛନ୍ତି । ବିଏମସି ଅଧିକାରୀମାନେ ଏକଛତ୍ରବଦୀ ଭାବରେ ନିଷ୍ପତ୍ତି ନେଇଛନ୍ତି । ଯାହା ସାଧାରଣ ଲୋକେ ଭୋଗୁଛନ୍ତି ବିଜେପି ମୁଖପାତ୍ର କହିଛନ୍ତି । ସାଧାରଣ ଲୋକଙ୍କ ପରାମର୍ଶ ନେଇ ବିଏମସି ଗାଇଡଲାଇନ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି ।

ସୂଚନାଥାଉକି ବିଏମସି ପକ୍ଷରୁ କୋରୋନା ଗାଇଡଲାଇନ ଜାରି କରାଯାଇଛି । ଯାହାକୁ ଜୋରଦାର ବିରୋଧ କରିଛନ୍ତି ଟେଣ୍ଟ ମାଲିକ, ବିବାହ ବ୍ରତ ମଣ୍ଡପ ମାଲିକ । ଦୀର୍ଘ ଦୁଇ ବର୍ଷ ହେଲା କୋରୋନା ଯୋଗୁଁ ରୋଜଗାର ହରାଇ ବସିଛନ୍ତି । କୋରୋନା ସ୍ଥିତି ଭଲ ରହିଥିବା ଯୋଗୁଁ ଧୀରେ ଧୀରେ ବ୍ୟବସାୟ ବୃଦ୍ଧି ପାଉଛି । ଏଭଳି ସମୟରେ ବିଏମସିର କୋରୋନା ଗାଇଡଲାଇନକୁ ବିରୋଧ କରାଯାଇଛି ଏବଂ ଏହାକୁ ନିର୍ଭର କରି ବଞ୍ଚୁଥିବା ଲୋକେ ରୋଜଗାର ପ୍ରଭାବିତ ହେବାର ଆଶଙ୍କା ରହିଛି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details