ଭୁବନେଶ୍ବର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରତ୍ୟେକ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହାରି ମଧ୍ୟରେ ରାଜ୍ୟ ସରକାର ମଧ୍ୟ ନିର୍ବାଚନ ଚୂଡାନ୍ତ ପ୍ରସ୍ତୁତି ସାରିଛନ୍ତି । ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଏହି କ୍ରମରେ ବିଜେପି କ୍ୟାମ୍ପରେ ନିର୍ବାଚନ ପ୍ରସ୍ତୁତି ନେଇ ସେ ସୂଚନା ଦେଇଛନ୍ତି ।
ଜିତିବା ସମ୍ଭାବନା ଅଧିକ ସହ ଯେଉଁ ନେତା ଲୋକଙ୍କ ସହ ଯୋଡି ହୋଇଥିବେ ସେମାନଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ ଟିକେଟ ମିଳିବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନ ଉପରେ ରାଜନୈତିକ ଦଳ ଗୁଡିକ ପାଇଁ ପ୍ରାଥମିକତା ଦେଉଛନ୍ତି । ସେହିପରି ଉପଯୁକ୍ତ ପ୍ରାର୍ଥୀ ଚୟନ ରାଜନୈତିକ ଦଳ ପାଇଁ ଏକ ପ୍ରକାର କାଠିକର ପାଠ ହୋଇଛି । ଶାସକ ଦଳର ପ୍ରାର୍ଥୀ ହେବା ପାଇଁ ଲବି ଜୋରଦାର ଥିବାବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ପାଇଁ ମଧ୍ୟ ପ୍ରାର୍ଥୀ ଚୟନ ଗୁରୁତ୍ୱ ବହନ କରିଛି ।