ଭୁବନେଶ୍ବର: ଗଞ୍ଜାମରେ ଦିନକୁ ଦିନ କୋରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ସମୟରେ ବିଜେପି ପକ୍ଷରୁ ସରକାରଙ୍କ ନିଆଯାଉଥିବା ପଦକ୍ଷେପକୁ ସମାଲୋଚନା କରାଯାଉଛି । ଏନେଇ ପୂର୍ବରୁ ବିଜେପି ନେତା ତଥା ଗଞ୍ଜାମର ସାସଂଦ ପାର୍ଥୀ ଭୃଗୁ ବକ୍ସିପାତ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ପାଲଟା ଜବାବ ରଖିଛି ବିଜେଡି ।
ଆଜି ବିଜେଡି ପକ୍ଷରୁ ମୁଖପାତ୍ର ଲେଲିନ ମାହାନ୍ତି କହିଛନ୍ତି ଯେ,ଦେଶରେ ପ୍ରତ୍ୟେକ ତିନି ଦିନରେ ଲକ୍ଷେ କୋଭିଡ୍ ପଜେଟିଭ୍ ଆଡ ହେଉଛି । ଆମେ ଦେଖୁଛୁ ଭୃଗୁବକ୍ସି ପାତ୍ର ପ୍ରତ୍ୟେକ ଦିନ ନୂଆନୂଆ ଉପଦେଶ ଦେଉଛନ୍ତି । କେନ୍ଦ୍ର ସରକାରଙ୍କୁ ସେ ଏହି ଉପଦେଶ ଦିଅନ୍ତୁ। ଜୋର ଜବରଦସ୍ତ ସେ ପ୍ରସଙ୍ଗକୁ ଘୋଷାଡି ମତ ଦେଉଛନ୍ତି।