ଭୁବନେଶ୍ବର:ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେପି ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ଷ୍ଟାର ପ୍ରଚାରକ ଲିଷ୍ଟରେ ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ ପ୍ରଭାରୀ, ସହ ପ୍ରଭାରୀ, ଦୁଇ କେନ୍ଦ୍ରମନ୍ତ୍ରୀ, ସାଂସଦ, ରାଷ୍ଟ୍ରୀୟ ଉପ ସଭାପତି, ରାଷ୍ଟ୍ରୀୟ ମୁଖପାତ୍ର, ବିରୋଧୀ ଦଳ ନେତା, ବିଧାୟକ ଓ ରାଜ୍ୟ ଉପସଭାପତି, ସାଧାରଣ ସମ୍ପାଦକ ଓ ମହିଳା ମୋର୍ଚ୍ଚାର ସଦସ୍ୟ ଅଛନ୍ତି ।
30 ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟ ଜାରି କଲା ବିଜେପି ବୁଧବାରଠାରୁ ଷ୍ଟାର ପ୍ରଚାରକ ପ୍ରଚାର ମୈଦାନକୁ ଓହ୍ଲାଇବେ । ପ୍ରତି ଗାଁ, ପଞ୍ଚାୟତଓ୍ବାରି ପ୍ରଚାର କରିବେ ଷ୍ଟାର ପ୍ରଚାରକ । ପ୍ରଥମ ଦଳ ଭାବେ ପିପିଲି ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଭାବେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ନାମାଙ୍କନ ଭରିବା ପରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ଆଶ୍ରିତ । ଡୋର୍ ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଛନ୍ତି ଆଶ୍ରିତ । ସେପଟେ ମଙ୍ଗଳବାର ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନଜର ପକାନ୍ତୁ ବିଜେପି ଜାରି କରିଥିବା ଷ୍ଟାର ପ୍ରଚାରକ ଲିଷ୍ଟ ଉପରେ:-
- ସମୀର ମହାନ୍ତି, ରାଜ୍ୟ ସଭାପତି
- ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ
- ପ୍ରତାପ ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ
- ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାପତି
- ତି. ପୁରନ୍ଦେଶ୍ୱରୀ, ରାଜ୍ୟ ପ୍ରଭାରୀ
- ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ
- ବିଶେଶ୍ବର ଟୁଡୁ, ସାଂସଦ
- ପ୍ରଦୀପ୍ତ କୁମାର ନାୟକ, ବିରୋଧୀ ଦଳ ନେତା
- ଜୁଏଲ ଓରାମ, ସାଂସଦ
- କେ.ଭି ସିଂ ଦେଓ, ବିଜେପି ନେତା
- ମନମୋହନ ସାମଲ, ବିଜେପି ନେତା
- ସୁରେଶ ପୂଜାରୀ, ସାଂସଦ
- ବସନ୍ତ ପଣ୍ଡା, ସାଂସଦ
- ବିଜୟ ମହାପାତ୍ର, ବରିଷ୍ଠ ବିଜେପି ନେତା
- ବିଷ୍ଣୁ ସେଠୀ, ବିଧାନସଭାର ବିରୋଧୀ ଦଳ ଉପନେତା
- ସମ୍ବିତ ପାତ୍ର, ଜାତୀୟ ମୁଖପାତ୍ର
- ଅପରାଜିତା ଷଡଙ୍ଗୀ, ସାଂସଦ
- ଜୟ ନାରାୟଣ ମିଶ୍ର, ବିଧାୟକ
- ସୁରମା ପାଢୀ, ବିଜେପି ନେତ୍ରୀ
- ଏମ ଏ ଖାରବେଳ ସ୍ବାଇଁ, ବରିଷ୍ଠ ବିଜେପି ନେତା
- ଅଶ୍ୱିନୀ ବୈଷ୍ଣବ, ସାଂସଦ
- ପ୍ରକାଶ ମିଶ୍ର
- ମାନସ କୁମାର ମହାନ୍ତି
- ପୃଥ୍ବୀରାଜ ହରିଚନ୍ଦନ, ସାଧାରଣ ସମ୍ପାଦକ
- ଗୋଲୋକ ମହାପାତ୍ର, ସାଧାରଣ ସମ୍ପାଦକ
- ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସମ୍ପାଦିକା
- ଶ୍ରୀତମ ଦାସ
- ହରିହର ମହାପାତ୍ର, ବିଜେପି ନେତା
- ପିଙ୍କି ପ୍ରଧାନ, ବିଜେପି ନେତ୍ରୀ
- ଅନୁ ଚୌଧୁରୀ, ଉପସଭାପତି, ମହିଳା ମୋର୍ଚ୍ଚା
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ