ଓଡିଶା

odisha

ETV Bharat / city

ଜିଦରେ ଅଟଳ ବିଜେପି, ଦୁଇ ମନ୍ତ୍ରୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ - BJP rejected request of parliamentary affairs and finance minister

ସଂସଦୀୟ ବ୍ୟାପାର ଓ ଅର୍ଥମନ୍ତ୍ରୀଙ୍କ ଅନୁରୋଧକୁ ବିଜେପି ବିଧାୟକ ପ୍ରତ୍ୟାଖାନ କରିଛନ୍ତି । ସ୍ମିତାରାଣୀ ହତ୍ୟାକାଣ୍ଡରେ ଜଡିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ସରକାରୀ କାଗଜପତ୍ରରେ ଉଚ୍ଛେଦ ଦର୍ଶାଯାଇଥିବା ରଙ୍ଗମହଲର ଉଚ୍ଛେଦ ଏବଂ ବାଚସ୍ପତି ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନଆଣିବା ଯାଏଁ ବିଧାନସଭା କାର୍ଯ୍ୟରେ ଯୋଗ ଦେବେନି ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

By

Published : Nov 16, 2019, 9:45 PM IST

ଭୁବନେଶ୍ବର: ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଆନ୍ଦୋଳନରତ ବିଜେପି ବିଧାୟକଙ୍କୁ ମନାଇବାକୁ ପୁଣି ଥରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପଠେଇଲେ ବାଚସ୍ପତି । ଏହି ଦୁଇ ମନ୍ତ୍ରୀ ଆନ୍ଦୋଳନରତ ବିଜେପି ନେତାଙ୍କୁ ବିଧାନସଭା କାର୍ଯ୍ୟରେ ଯୋଗ ଦେବାକୁ ବୁଝାଇଥିଲେ । ହେଲେ ବିଜେପି ବିଧାୟକମାନେ ଏହି ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ସ୍ମିତାରାଣୀ ହତ୍ୟାକାଣ୍ଡରେ ଜଡିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ସରକାରୀ କାଗଜପତ୍ରରେ ଉଚ୍ଛେଦ ଦର୍ଶାଯାଇଥିବା ରଙ୍ଗମହଲର ଉଚ୍ଛେଦ ଏବଂ ବାଚସ୍ପତି ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନଆଣିବା ଯାଏଁ ସେମାନେ ବିଧାନସଭା କାର୍ଯ୍ୟରେ ଯୋଗ ଦେବେନି ବୋଲି କହିଛନ୍ତି । ଏଥିସହିତ ବିଧାନସଭାରେ ବିଜେପି ବିଧାୟକମାନେ ନିର୍ଯାତିତ ହେଉଥିବା ଅଭିଯୋଗ କରିଛନ୍ତି ।

ଶନିବାର ତାଙ୍କ ଦଳର ଦୁଇ କେନ୍ଦ୍ର ନେତା ଓ ରାଜ୍ୟ ସଭାପତି ଭୁବନେଶ୍ବରରେ ଥିବାରୁ ସେମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ରଣନୀତି ଚୂଡାନ୍ତ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ସେପଟେ ବିରୋଧୀ ଦଳର ଅନୁପସ୍ଥିତିରେ ମୁଲତବୀ ଆଲୋଚନା ଓ ଦେବୋତ୍ତର ଆଇନ ସଂଶୋଧନ ବିଲ ଉପରେ ଗୃହରେ ଆଲୋଚନା ହୋଇଥିଲା ।

ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details