ଭୁବନେଶ୍ବର: ଓଡିଶା ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ ଓ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ୫୦୦ କୋଟିର ପ୍ୟାକେଜ । ଯାହାକୁ ନେଇ ବିରୋଧି ଦଳ ନେତା କହିଛନ୍ତି ପୂର୍ବରୁ ଆଶା କରିଥିଲୁ ପଶ୍ଚିମବଙ୍ଗଠୁ ଓଡିଶାକୁ ଅଧିକ ପଇସା ଦେବେ । ତେବେ ଆହୁରି ମାଗିଲେ ଆଉ ମଧ୍ୟ ଦେବେ । କ୍ଷୟକ୍ଷତିର ରିପୋର୍ଟ ହିସାବ ନିକାଶ କଲେ ଆହୁରି ମିଳିବ ବୋଲି କହିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ।
ଓଡିଶାକୁ ୫୦୦ କୋଟି ପ୍ୟାକେଜ, ଆହୁରି ମାଗିଲେ ଆଉ ଦେବେ କହିଲା ବିଜେପି - ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ୫୦୦ କୋଟିର ପ୍ୟାକେଜ ପ୍ରଦାନ ପରେ ଖୁସିବ୍ୟକ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେହିପରି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ କୃତ୍ୟଜ୍ଞତା ଜମାଇଛନ୍ତି । ଅଧିକ ପଢନ୍ତୁ..
![ଓଡିଶାକୁ ୫୦୦ କୋଟି ପ୍ୟାକେଜ, ଆହୁରି ମାଗିଲେ ଆଉ ଦେବେ କହିଲା ବିଜେପି bjp-reaction-pm-package-for-odisha-cyclone](https://etvbharatimages.akamaized.net/etvbharat/prod-images/768-512-7308329-thumbnail-3x2-bjp.jpg)
bjp-reaction-pm-package-for-odisha-cyclone
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ପ୍ୟାକେଜ ଘୋଷଣାକୁ ଧନ୍ୟବାଦ ଜଣାଇଲା ବିଜେପି
ଏପରିକି ଏସବୁ ଅର୍ଥ ଓଡିଶାର ଚାଷର କ୍ଷୟକ୍ଷତି ଓ ବିଦ୍ୟୁତ ମରାମତି ଦିଗରେ କାମରେ ଆସିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ଏପରି ସଂକଟ ସମୟରେ ଓଡିଶା ବାସୀଙ୍କ ନିକଟରେ ଉପସ୍ଥିତ ରହି ଏବଂ ପୂର୍ବରୁ ମଧ୍ୟ ଫନି ସମୟରେ ଆସି ପ୍ରମାଣିତ କରିଛନ୍ତି ସେ ଓଡିଶା ବାସୀଙ୍କ ସହିତ ଅଛନ୍ତି । ୨ ଘଣ୍ଟା ଧରି ତନତନ କରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ୧ ଘଣ୍ଟା ଧରି ସମୀକ୍ଷା କରି ଏଭଳି ବିଭିଷୀକା ସମୟରେ ସହାୟତା ରାଶି ଘୋଷଣା କରିଛନ୍ତି ସେଥିପାଇଁ ସେ କୃତଜ୍ଞତା ଜଣାଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ