ଓଡିଶା

odisha

ETV Bharat / city

ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ: ସର୍ଭେ ସଂସ୍ଥା ସହ ଗୁପ୍ତ ବୁଝାବଣା କରିଛନ୍ତି ସରକାର କହିଲା ବିଜେପି - ମୁଖ୍ୟମନ୍ତ୍ରୀ ନବୀନ ଦେଶର ଏକ ନମ୍ବର ହେବା ପ୍ରସଙ୍ଗ

ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେସନ ସର୍ଭେରେ ନବୀନ ନମ୍ବର 1 ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ । ଏନେଇ ବିଜେପି ରଖିଛି ପ୍ରତିକ୍ରିୟା । ଅଧିକ ପଢନ୍ତୁ

ନବୀନ ଦେଶର ଏକ ନମ୍ବର ହେବା ପ୍ରସଙ୍ଗ: ସର୍ଭେ ସଂସ୍ଥା ସହ ଗୁପ୍ତ ବୁଝାବଣା କରିଛନ୍ତି ସରକାର କହିଲା ବିଜେପି
ନବୀନ ଦେଶର ଏକ ନମ୍ବର ହେବା ପ୍ରସଙ୍ଗ: ସର୍ଭେ ସଂସ୍ଥା ସହ ଗୁପ୍ତ ବୁଝାବଣା କରିଛନ୍ତି ସରକାର କହିଲା ବିଜେପି

By

Published : Jan 21, 2022, 10:17 PM IST

ଭୁବନେଶ୍ବର : ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେସନ ସର୍ଭେରେ ନବୀନ ନମ୍ବର 1 ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖିଛି । ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟର କୌଣସି କଥାକୁ ସମ୍ଭାଳି ପାରୁନାହାନ୍ତି । ରାଜ୍ୟର ସ୍ବାସ୍ଥ୍ୟ ଅବସ୍ଥା ଭୟଙ୍କର ହେଲାଣି ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି ଯେଉଁଠି ଗଲେ କିଛି ନାହିଁ । ଓଡିଶାରେ ଶିଳ୍ପର ଅବସ୍ଥା ନ କହିବା ଭଲ । ଢ଼ିଙ୍କିଆରେ ଲୋକଙ୍କୁ ସମ୍ଭାଳି ପାରୁ ନାହାନ୍ତି ରାଜ୍ୟ ସରକାର । ଲୋକଙ୍କୁ ବୁଝେଇ ପାରୁନାହାନ୍ତି । ଲୋକଙ୍କୁ ବାଡ଼ଉଛନ୍ତି । ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ବଢୁଛି ଶିଶୁ ଅପହରଣ ହେଉଛି । କେଉଁ ବିଷୟରେ ଏକ ନମ୍ବର ହେଲେ ବୋଲି ପ୍ରଶ୍ନ କରିଛି ବିଜେପି ।

ନବୀନ ଦେଶର ଏକ ନମ୍ବର ହେବା ପ୍ରସଙ୍ଗ: ସର୍ଭେ ସଂସ୍ଥା ସହ ଗୁପ୍ତ ବୁଝାବଣା କରିଛନ୍ତି ସରକାର କହିଲା ବିଜେପି

ସବୁ ଇନଡେକ୍ସରେ ଓଡିଶା ପଛରେ ପଡ଼ିଛି । ସବୁଥିରେ ପଛରେ ରହୁଥିବା ଲୋକ ଯଦି କ୍ଲାସରେ ଆଗ ଧାଡିରେ ବସିବ ସିଏ କଣ ପ୍ରଥମ ହୋଇଯିବ କି ? ଏହାର ମାନେ ଯାହା ଓଡିଶାର ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେବା ତାହା ବୋଲି ବିଜେପି କହିଛି । ଓଡିଶାରେ ସେହିଭଳି ଅବସ୍ଥା ।

ଏହାବି ପଢନ୍ତୁ :ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ସେହିପରି ପ୍ରଦୀପ ପୁରୋହିତ କହିଛନ୍ତି 22 ବର୍ଷ ଶାସନ କରି ଓଡ଼ିଶାର ବିକଳ ଚିତ୍ର ଦେଖନ୍ତୁ ମୁଖ୍ୟମନ୍ତ୍ରୀ। ଦୁର୍ନୀତିରେ ରାଜ୍ୟ ଚରମ ସୀମାରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ପଛରେ। ପ୍ରଧାନମନ୍ତ୍ରୀ ଦେଶରେ 1 ନମ୍ବର ଏହାକୁ କେହି ଅସ୍ୱୀକାର କରିବେ ନାହିଁ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details