ପୁରୀ: ଓବିସି ବର୍ଗଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ (OBC Reservation issue) । ଓବିସି ବର୍ଗଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ କୋର୍ଟର ଆଦେଶ ପରେ ରାଜ୍ୟ ରାଜନୀତିରେ OBC ବର୍ଗ ଙ୍କୁ ନେଇ ଏକ ବିତର୍କ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ।
ରାଜ୍ୟର ଓବିସି ପ୍ରସଙ୍ଗକୁ ନେଇ ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି ଶ୍ରୀକାନ୍ତ ଜେନା ଓବିସି ମାନଙ୍କ ପାଇଁ ଲଢେଇ କରିଛନ୍ତି। ମଧ୍ୟପ୍ରଦେଶର ଓ ମହାରାଷ୍ଟ୍ର ସରକାର ଯେମିତି କୋର୍ଟକୁ ଗଲେ ଓଡିଶା ମଧ୍ୟ ଯିବା ଦରକାର।