ଓଡିଶା

odisha

ETV Bharat / city

ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣା; ସରକାରଙ୍କ ଉପରେ ବର୍ଷିଲା ବିଜେପି - BJP reaction on malkangiri rape case

ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଲେ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣା; ସରକାରଙ୍କ ଉପରେ ବର୍ଷିଲା ବିଜେପି
ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣା; ସରକାରଙ୍କ ଉପରେ ବର୍ଷିଲା ବିଜେପି

By

Published : Jun 30, 2020, 1:20 PM IST

Updated : Jun 30, 2020, 1:40 PM IST

ଭୁବନେଶ୍ବର: ରାଜ୍ୟରେ ମହିଳା ଅସୁରକ୍ଷିତ । ରକ୍ଷକ ଏଠି ଭକ୍ଷକ ସାଜିଛି । ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ଏପରି କିଛି ଅଭିଯୋଗ କରି ରାଜ୍ୟସରକାରଙ୍କ ଉପରେ ବର୍ଷିଛି ବିଜେପି । ମାଲକାନଗିରି ଓ ବୀରମିତ୍ରପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏପରି କହିଛନ୍ତି ।

ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣା; ସରକାରଙ୍କ ଉପରେ ବର୍ଷିଲା ବିଜେପି

ଲୋକେ କିପରି ସୁରକ୍ଷିତ ରହିବେ ତାହା ସରକାରଙ୍କ ଉତ୍ତର ଦାୟିତ୍ବ । ହେଲେ ମହିଳା ଏଠି ଅସୁରକ୍ଷିତ । କୋରୋନା ପାଇଁ ସରକାରଙ୍କୁ ଅସୁବିଧାରେ ପକାଇବାକୁ ଆମେ ଚାହୁଁନଥିଲୁ । ତେବେ ନେଡି ଗୁଡ କହୁଣିକୁ ବୋହି ଯାଇଥିବାରୁ ବିଜେପି ମୁହଁ ଖୋଲିଛି ବୋଲି ସେ କହିଛନ୍ତି ।

ମାଲକାନଗିରିରେ ଗରିବ ଝିଅ ଯେ କି ପୋଲିସ କ୍ୟାଣ୍ଟିନ୍‌ରେ କାମ କରୁଥିଲା, ତାକୁ ବିଭତ୍ସ ଭାବରେ ନିର୍ଯାତନା ଦିଆଗଲା । ଦୁଷ୍କର୍ମ କରାଗଲା । ହେଲେ ସରକାର ଚୁପ ବସିଲେ । ଏଯାଏ ଏସସି ଓ ଏସଟି ଆଟ୍ରୋସିଟି ଆକ୍ଟ ଆଧାରରେ କେଶ ହେବ କଥା । 60 ଦିନ ଭିତରେ ଚାର୍ଜସିଟ ସହ ମହିଳାଙ୍କୁ କ୍ଷତିପୂରଣ ଦେବା କଥା । ହେଲେ ସରକାର କଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି ବିରମିତ୍ରପୁରରେ ଜଣେ 13 ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭପାତ କରାଇଛନ୍ତି । ପୋଲିସ ନିଜେ ଏଭଳି କରିବା ଅତି ନିନ୍ଦନୀୟ । ବିଜେପିର ଏକ ଟିମ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଅତି ଦୟନୀୟ ସ୍ଥିତିରେ ଅଛି ଝିଅ । ନିଜ ନାଁ ମଧ୍ୟ କହିପାରୁନାହିଁ । କେବଳ ଇନ୍ସପେକ୍ଟର ସସପେଣ୍ଡ କଲେ ହେବ ନାହିଁ । ଉଭୟ ମାମଲାରେ ଶେଷ ଅପରାଧୀ ଦଣ୍ଡ ନପାଇବା ଯାଏ ବିଜେପି ଏହାକୁ ପ୍ରସଙ୍ଗ କରିବ ବୋଲି ସେ ଦର୍ଶାଇଛନ୍ତି ।

ଏହାସହ ଏନେଇ ଗତକାଲି ବିଜେପିର 5 ଜଣିଆ ଟିମ ଡିଜିଙ୍କୁ ଭେଟିଥିଲେ । ତ୍ବରିତ ପଦକ୍ଷେପ ନିଆନଗଲେ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ସାଧାରଣ ସମ୍ପାଦକ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟ ବିଜେପି ପକ୍ଷରୁ ଦୁଇଟି ଟିମ୍‌ ଦୁଇ ଅଞ୍ଚଳକୁ ଯିବ । ପ୍ରଭାତୀ ପରିଡାଙ୍କ ନେତୃତ୍ବରେ ଏକ ଟିମ ମାଲକାନଗିରି ଓ ଲେଖଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ଟିମ ବିରମିତ୍ରପୁର ଯାଇ ତଦନ୍ତ କରି ରିପୋର୍ଟ ଦେବେ ବୋଲି ସେ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ତେବେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଦୋଷୀ ଖସିବା ଉଚିତ୍‌ ନୁହେଁ ବୋଲି ସେ ଦର୍ଶାଇଛନ୍ତି । ତେବେ କର୍ତ୍ତବ୍ୟରେ ଅବହେଳା ପାଇଁ ଥାନା ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି, ଯାହା ଏକ ଦଣ୍ଡ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ମାଲକାନଗିରି ମାମଲାରେ ଏପର୍ଯ୍ୟନ୍ତ ପୋଷ୍ଟ ମର୍ଟମ ରିପୋର୍ଟ ଆସିନାହିଁ ବୋଲି କହି ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 30, 2020, 1:40 PM IST

ABOUT THE AUTHOR

...view details