ଓଡିଶା

odisha

ETV Bharat / city

‘ଚିଟଫଣ୍ଡରେ ରାଜ୍ୟ ସରକାର ନିଜେ ଜଡିତ’ - ବିଜେପି ମୁଖପାତ୍ର

ଚିଟଫଣ୍ଡ କମିଶନ ବନ୍ଦ ପ୍ରସଙ୍ଗରେ ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଧିକ ପଢନ୍ତୁ...

‘ଚିଟଫଣ୍ଡରେ ରାଜ୍ୟ ସରକାର ନିଜେ ଜଡିତ’
‘ଚିଟଫଣ୍ଡରେ ରାଜ୍ୟ ସରକାର ନିଜେ ଜଡିତ’

By

Published : Mar 4, 2020, 7:02 PM IST

ଭୁବନେଶ୍ବର: ବହୁଚର୍ଚିତ ଚିଟଫଣ୍ଡ କମିଶନ ବନ୍ଦ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ଚିଟଫଣ୍ଡ କମିଶନ ବନ୍ଦ ପ୍ରସଙ୍ଗରେ ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ନାଟକ କରିଛନ୍ତି। ନିର୍ବାଚନ ବୈତରଣୀ ପାରି ହେବା ପାଇଁ ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀ ଟଙ୍କା ଫେରି ପାଇବା ନେଇ ନାଟକ କରିଥିଲେ।

‘ଚିଟଫଣ୍ଡରେ ରାଜ୍ୟ ସରକାର ନିଜେ ଜଡିତ’

ଏହାସହ ସେ କହିଛନ୍ତି, ରାଜ୍ୟ ସରକାର ନିଜେ ଚିଟଫଣ୍ଡ ସ୍କାମରେ ଜଡିତ ଅଛନ୍ତି । ନିର୍ବାଚନ ଥିଲା ତେଣୁ କମିଶନ କରିଲେ । ନିର୍ବାଚନ ମୈଦାନରେ ଜିତିବା ପାଇଁ ଗୋଟିଏ ଟୁଲ ହିସାବରେ ବ୍ୟବହାର କଲେ। କର୍ପସ ଫଣ୍ଡ ଗଠନ କଲେ ହେଲେ ଲୋକେ ଟଙ୍କା ପାଇଲେ ନାହିଁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ରାଜ୍ୟରେ ବିଜେଡି ସରକାର ଜମାକାରୀଙ୍କ ସହ ଖେଳ ଖେଳିଛନ୍ତି।

କ୍ଷୁଦ୍ର ଜମାକାରୀ କେମିତି ଟଙ୍କା ଫେରି ପାଇବେ ସେନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ବୁଧବାର ଭୁବନେଶ୍ବରରେ ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର ବିଜେଡି ଉପରେ ବର୍ଷିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଚିଟଫଣ୍ଡ ସ୍କାମରେ ସାଧାରଣ ଲୋକେ ପଇସା ଫେରିପାଇବା ନେଇ ସରକାରଙ୍କ ପକ୍ଷରୁ ୨୦୧୩ ମସିହାରେ କମିଶନ ଗଠନ ହୋଇଥିଲା। ୨୦୨୦ ମସିହା ଫେବୃଆରୀ ୪ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ସରିଛି। ପୂର୍ବରୁ ୬ ମାସ କାର୍ଯ୍ୟକାଳ ଘୁଞ୍ଚିଥିଲା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details