ଭୁବନେଶ୍ବର:ଆଜିଠୁ(ମଙ୍ଗଳବାର) ପୁରୀରେ ବିଜେଡିର ପ୍ରଶିକ୍ଷଣ ଶିବିର ଆରମ୍ଭ ହେବାକୁ ଯାଉଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସଙ୍ଗଠନକୁ ଅଧିକ ସଙ୍ଗଠିତ କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୁଇଦିନ ଧରି ଏହି ଶିବିର ଚାଲିବ । ଏନେଇ ବିଜେପି ତାର ପ୍ରତିକ୍ରିୟା ରଖିଛି । ବିଜେଡି ସରକାର ଲୋକଙ୍କୁ ଭୁଆଁ ବୁଲାଉଛି । ନିଜର କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରୁଛି ବୋଲି କହିଛନ୍ତି ବିଜେପି ଯୁବମୋର୍ଚ୍ଚାର ଜାତୀୟ ଉପସଭାପତି ଅର୍ପିତା ଅପରାଜିତା ବଡ଼ଜେନା ।
ଓଡ଼ିଶାରେ ଏବେ ଗୋଟେ ବଡ଼ ଦୁଃଖର ସମୟ ଚାଲିଛି । ବାରମ୍ବାର ରାଜ୍ୟରେ ଝିଅ ମାନଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଉଛି । ଏ ସବୁ କାର୍ଯ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଛତ୍ର ଛାୟା ତଳେ ଚାଲିଛି । ଏ ଦୁଃଖ ସମୟରେ ରାଜ୍ୟ ବିଜେଡି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଏବଂ ନିଜର କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବା କହିଛନ୍ତି ବିଜେପି ଯୁବମୋର୍ଚ୍ଚାର ଜାତୀୟ ଉପସଭାପତି ।