ଭୁବନେଶ୍ବର:ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । ଗୃହକାର୍ଯ୍ୟ ପ୍ରଶ୍ନକାଳ ଆରମ୍ଭରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠିଥିଲା। । ଯାହାକୁ ନେଇ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।
ଗୃହ ପ୍ରଶ୍ନକାଳ ଆରମ୍ଭରୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦୌପ୍ରଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ବିବାଦୀୟ ମନ୍ତବ୍ୟ କଥା ଉଠିଥିଲା । ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସଦସ୍ୟମାନଙ୍କ ଗୃହ ମଧ୍ୟ ଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ । ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିରୋଧୀ । ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ ପଚାରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିବାବେଳେ ସେ ବିକ୍ଷୋଭରେ ସାମିଲ ହୋଇଥିଲେ । ଅନ୍ୟପଟେ ରାଜସ୍ବ ମନ୍ତ୍ରୀ ଜବାବ ରଖୁଥିବାବେଳେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ପ୍ରଶ୍ନ ପଚାରୁଥିଲେ । ବିଜେପି ପ୍ରବଳ ହଟ୍ଟଗୋଳ ଜାରି ରଖିଥିବାବେଳେ କଂଗ୍ରେସର ସଦସ୍ୟ ବି ହୋହାଲ୍ଲା କରିଥିଲେ। ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ ।