ଓଡିଶା

odisha

ETV Bharat / city

ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା BJP - ବାୟୁ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ବାୟୁ ସ୍ୱାସ୍ଥ୍ୟ ସେବା କାହା ପାଇଁ ? ରୋଗୀ ନୁହେଁ, ଅଯଥାରେ ଡାକ୍ତରଙ୍କୁ ବୋହୁଛି ଏୟାର ଆମ୍ବୁଲାନ୍ସ । ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି ନେତା । ଅଧିକ ପଢ଼ନ୍ତୁ

ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି
ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି

By

Published : Apr 17, 2022, 8:13 PM IST

ଭୁବନେଶ୍ବର:ବାୟୁ ସ୍ୱାସ୍ଥ୍ୟ ସେବା କାହା ପାଇଁ ? ରୋଗୀ ନୁହେଁ, ଅଯଥାରେ ଡାକ୍ତରଙ୍କୁ ବୋହୁଛି ଏୟାର ଆମ୍ବୁଲାନ୍ସ (Air Ambulance ) । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ବିଛିନ୍ନାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ବାୟୁ ସ୍ଵାସ୍ଥ୍ୟସେବା (Chief minister Air Helth Service) । ହେଲେ ଏହି ଯୋଜନାରେ କିଏ ଲାଭାବନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି BJP ନେତା ବଳାଭଦ୍ର ମାଝୀ ।

ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି

ଗତ 15 ତାରିଖରେ ଏୟାର ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଯାଇଥିଲେ 4 ଜଣ ଡାକ୍ତର । 15ରେ ଜିଲ୍ଲାକୁ ଯାଇ 16ରେ ଫେରିଥିଲେ । ବଡ଼ କଥା ହେଲା ସେଠି କେବଳ ରକ୍ତ ପରୀକ୍ଷା, ହାଇଡ୍ରୋସିଲ ପରୀକ୍ଷା, ଇସିଜି, ଏକ୍ସରେ, ଏଣ୍ଡୋକ୍ସୋପି ଭଳି ଛୋଟଛୋଟ ଚିକିତ୍ସା କରିଥିଲେ । ଏମିତି ଚିକିତ୍ସା ପାଇଁ 20 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରା ଯିବାର କାରଣ କଣ ବୋଲି ପ୍ରଶ୍ନ କରିଛି ବିଜେପି ।

ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି

ତେଣୁ ଏହି ଯୋଜନା କାହା ପାଇଁ ରାଜ୍ୟ ସରକାର ଉତ୍ତର ରଖନ୍ତୁ ବୋଲି କହିଛି ବିଜେପି । ନବରଙ୍ଗପୁର ଜିଲ୍ଲାରେ 165 ଡାକ୍ତର ପଦବୀ ଖାଲି ପଡ଼ିଛି ଆଉ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ନକହିବା ଭଲ । ତେଣୁ ଏୟାର ଆମ୍ବୁଲାନ୍ସ ଯୋଜନା କେବେଳ ବିଚ୍ଛିନ୍ନାଞ୍ଚଳ ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ କାର୍ଯ୍ୟକାରୀ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details