ଭୁବନେଶ୍ବର: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ବିଜେପିର ବିକ୍ଷୋଭ । ପୁରୀ ଓ ବୀରମିତ୍ରପୁରରେ ହାଜତ ମୃତ୍ୟୁକୁ ନେଇ କାଠଗଡାରେ ପୋଲିସ । ଘଟଣାକୁ ନିନ୍ଦା କରିବା ସହ ପରିବାରକୁ କ୍ଷତିପୂରଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ।
ଭୁବନେଶ୍ବର ଜିଲ୍ଲା ବଜେପି ପକ୍ଷରୁ ଜିଲ୍ଲା ସଭାପତି ବାବୁସିଂଙ୍କ ନେତୃତ୍ବରେ ପୋଲିସ ଜୁଲମ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଶତାଧିକ ବିଜେପି କର୍ମୀ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ହୋଇ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସରକାରଙ୍କ ବିରୋଧରେ ନାରା ଦେବା ସହ ବିଜେଡି ସରକାରରେ ରାଜ୍ୟରେ ଆଇନର ଶାସନ ବ୍ୟବସ୍ଥା ଭୁଷିଡି ପଡିଥିବା କହିଛନ୍ତି । ଦିନ ଦ୍ବିପହରରେ ବ୍ୟାଙ୍କ ଲୁଟ ଓ ଆବାସ ଯୋଜନାରେ ସରପଞ୍ଚମାନେ ଦୁର୍ନୀତି କରିବା ସହ ଲୋକଙ୍କୁ ଠକୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୋଲିସ ଓ ବିଜେପି ମଧ୍ୟରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ମାଷ୍ଟର କ୍ୟାଣ୍ଟିନ ଛକରୁ ପୋଲିସ ବିକ୍ଷୋଭକାରୀଙ୍କୁ କାବୁ କରି ନେଇଥିଲା ।