ଓଡିଶା

odisha

ETV Bharat / city

ସ୍ୱାୟତ୍ତ ଶାସନ ଦିବସରେ ନିର୍ବାଚିତ ପ୍ରତିନିଧିଙ୍କୁ ନାହିଁ ନିମନ୍ତ୍ରଣ, BMC ସମ୍ମୁଖରେ ବିଜେପିର ପ୍ରତିବାଦ - ବିଏମ୍‌ସିରେ ଆବର୍ଜନା ପରିଚାଳନା ସମସ୍ୟା

ସହରରେ ବିଏମ୍‌ସ କୌମସି ସମସ୍ୟାର ସମାଧାନ କରି ପାରିନଥିବା ଅଭିଯୋଗ କରିଛି ବିଏମସି । କଳାମାସ୍କ ପରିଧାନ କରି ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ (BJP protests in front of BMC office) । ଅଧିକ ପଢ଼ନ୍ତୁ

ସ୍ବାୟତ୍ତ ଶାସନ ଦିବସରେ ନିର୍ବାଚିତ ପ୍ରତିନିଧିଙ୍କୁ ନାହିଁ ନିମନ୍ତ୍ରଣ, BMC ସମ୍ମୁଖରେ ବିଜେପିର ପ୍ରତିବାଦ
ସ୍ବାୟତ୍ତ ଶାସନ ଦିବସରେ ନିର୍ବାଚିତ ପ୍ରତିନିଧିଙ୍କୁ ନାହିଁ ନିମନ୍ତ୍ରଣ, BMC ସମ୍ମୁଖରେ ବିଜେପିର ପ୍ରତିବାଦ

By

Published : Sep 1, 2022, 10:01 PM IST

Updated : Sep 1, 2022, 10:53 PM IST

ଭୁବନେଶ୍ବର:କଳାମାସ୍କ ପରିଧାନ କରି ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ସହରରେ ବିଏମ୍‌ସ କୌମସି ସମସ୍ୟାର ସମାଧାନ କରି ପାରିନଥିବା ଅଭିଯୋଗ କରିଛି ବିଏମସି । ଭୁବନେଶ୍ବର ମହାନଗର ନିଗମ ବିକାଶର ସ୍ବପ୍ନ ଦେଖାଇ ବିନାଶ ଆଡକୁ ଟାଣିନେଉଥିବା ଅଭିଯୋଗ କରିଛି ବିଜେପି (BJP protests in front of BMC office)।

ସ୍ବାୟତ୍ତ ଶାସନ ଦିବସରେ ନିର୍ବାଚିତ ପ୍ରତିନିଧିଙ୍କୁ ନାହିଁ ନିମନ୍ତ୍ରଣ, BMC ସମ୍ମୁଖରେ ବିଜେପିର ପ୍ରତିବାଦ

ଭୁବନେଶ୍ବରବାସୀ ଅଣୟତ୍ତ ହୋଇଥିବା ଅଭିଯୋଗ କରିଛି ବିଜେପି । ଏହାକୁ ନେଇ ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "ସହରରେ ସ୍ଥାନେସ୍ଥାନେ ଅଳିଆ ଗଦା ହୋଇଛି । ଡେଙ୍ଗୁ ମସାର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯେଉଁ ପ୍ରତିଶୃତି ଦେଇ ବିଏମସି ନିର୍ବାଚନରେ ଲୋକ ଭୋଟ ଦେଇଥିଲେ । ଲୋକଙ୍କ ପାଖରେ ମୋଳିକ ସୁବିଧା ପହଞ୍ଚି ପାରିଲା ନାହିଁ । କଣ ପାଇଁ ଭୁବନେଶ୍ବରବାସୀ ଆପଣଙ୍କୁ ଭୋଟ ଦେଇଛନ୍ତି ? ଆଉ କେତେ ରଙ୍ଗୀନ ସ୍ବପ୍ନ ଦେଖାଇବେ ସରକାର ?"

ସେପଟେ ବିଜେପି ମୁଖପାତ୍ର ଦୀଲ୍ଲିପ ମଲ୍ଲିକ କହିଛନ୍ତି, "ବିଏମ୍‌ସି ୩ ଦିନ ଧରି ସ୍ବାୟତ୍ତ ଶାସନ ଦିବସ ପାଳନ କରୁଛି । କିନ୍ତୁ ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିଙ୍କୁ ଡାକୁ ନାହାନ୍ତି । ଏହା ଅତ୍ୟନ୍ତ ପରିତାପ ବିଷୟ । ଶହଶହ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଭୁବନେଶ୍ବରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅପରାଜିତା ଷଡ଼ଙ୍ଗୀଙ୍କୁ ଡାକିଲେ ତାଙ୍କ କାର୍ଯ୍ୟକଳାପ ଧରାପଡ଼ିଯିବା ଭୟରେ ରହିଛି ବିଏମ୍‌ସି ।"

ଅଳିଆ ସମସ୍ୟା, ଜଳବନ୍ଦୀ ସମସ୍ୟା, ଡ୍ରେନେଜ ଅବା ଡେଙ୍ଗୁ ସମସ୍ୟା ପ୍ରତିଟି ସମସ୍ୟାରେ ସମଧାନ କ୍ଷେତ୍ରରେ ଆଜି ଫେଲ ମାରିଛି ବିଏମସି । ଏଥିପାଇଁ ବିଏମ୍‌ସି ସ୍ବାୟତ୍ତ ନୁହେଁ ବରଂ ଅଣାୟତ ଶାସନ କରୁଛି ବୋଲି କହିଛି ବିଜେପି । ଖାଲି ସେତିକି ନୁହେଁ ଅଳିଆ ପରିଚାଳନାର ଅସ୍ଥାୟୀ ସମାଧାନକୁ ନେଇ ଖୁସି ହୋଇଥିବା ମେୟରଙ୍କୁ ସମାଲୋଚନା କରିଛି ବିଜେପି । କ୍ଷମତାକୁ ଆସୁଆସୁ ସରକାର ଲୋକଙ୍କ ଉପରେ ଦାଉ ସାଧୁଥିବା ଅଭିଯୋଗ କରିଛି ବିଜେପି ।

ମେୟର ବାସ୍ତବିକ ସହର ବିକାଶର କାର୍ଯ୍ୟ କରନ୍ତୁ । ଆଉ ସ୍ଥାୟୀ ସମାଧାନ କରନ୍ତୁ । ମିଛ ପ୍ରତିଶ୍ରୁତି ଦେଇ ସହରବାସୀଙ୍କୁ ନଭଣ୍ଡାଇବାକୁ ଦାବି କରିଛି କଂଗ୍ରେସ । ମୌଳିକ ସମସ୍ୟା ବୁଝନ୍ତୁ । ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଜାରି ରହିବ ବୋଲି କହିଛି ବିଜେପି ।

Last Updated : Sep 1, 2022, 10:53 PM IST

ABOUT THE AUTHOR

...view details