ଭୁବନେଶ୍ବର: କୋରୋନା ପରେ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢାଇଲାଣି ଡେଙ୍ଗୁ । ହେଲେ ଭୁବନେଶ୍ବର ମହାନଗର ନିଗମ ଓ ରାଜ୍ୟ ସରକାର ଏ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି । ଏପରି ଅଭିଯୋଗ ଆଣି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଜଧାନୀରେ ମାଡୁଛି ଡେଙ୍ଗୁ, ପ୍ରତିବାଦରେ BJPର ବିକ୍ଷୋଭ - dengue death in bhubaneswer
ରାଜଧାନୀରେ ଡେଙ୍ଗୁମୃତ୍ୟୁ ଅଭିଯୋଗ ପରେ ବିଜେପିର ବିକ୍ଷୋଭ । ସରକାର ଡେଙ୍ଗୁ ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ଆଣିଲା ଦଳ। ଅଧିକ ପଢନ୍ତୁ...
ମୁଖ୍ୟତଃ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ ,ମଶା ତେଲ,ମଶା ଧୂଆଁ ସବୁ ସ୍ଥାନରେ ବ୍ୟବହାର କରି ଲୋକଙ୍କୁ ଡେଙ୍ଗୁରୁ ରକ୍ଷା କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଉ ପ୍ରଶାସନ । ନଚେତ କୋରନା ଠାରୁ ଡେଙ୍ଗୁ ଭୟଙ୍କର ରୂପ ନେବ ବୋଲି କହିଛି ଦଳ । ଆଜିର ଏହି ବିକ୍ଷୋଭ ସମୟରେ ସହ ବିଭିନ୍ନ ବସ୍ତି ବୁଲି ମଶା ତେଲ ଏବଂ ବ୍ଲିଚିଂ ପାଉଡର ପକାଇ ଲୋକଙ୍କୁ ସଚେତନ କରିଛନ୍ତି ଭୁବନେଶ୍ବର ବିଜେପିର କର୍ମୀ । ଅନ୍ୟପଟେ ସେ ଶୈଳଶ୍ରୀ ବିହାରରେ ହୋଇଥିବା ଅଭିଯୋଗ ଅନୁସାରେ ଡେଙ୍ଗୁରେ ପ୍ରାଣ ହରାଇଥିବା ନାବାଳିକା ପରିବାରକୁ ମଧ୍ୟ ଭେଟିଛନ୍ତି ବିଜେପି କର୍ମକର୍ତ୍ତା । ଏହି ବିକ୍ଷୋଭ ଓ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ହୋଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ