ଭୁବନେଶ୍ବର:ପ୍ରଭୁ ଲିଙ୍ଗରାଜଙ୍କ ଜମି ହଡ଼ପକୁ ନେଇ ବଢୁଛି ଅସନ୍ତୋଷ । ଜମି ହଡପକୁ ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଲିଙ୍ଗରାଜଙ୍କ ଜମି ବିକ୍ରିକୁ ଜୋରଦାର ବିରୋଧ କରାଯାଇଛି । ଜମିରେ ଲିଙ୍ଗରାଜଙ୍କ ଫଟୋ ଲଗାଇବା ସହ ମନ୍ଦିର ବାନା ପୋତିଲେ ବିଜେପି କର୍ମୀ ।
ଲିଙ୍ଗରାଜଙ୍କ ଜମି ବିକ୍ରିକୁ ବିରୋଧ କରି ବିଜେପିର ବିକ୍ଷୋଭ ପ୍ରଦର୍ଶନ - ଲିଙ୍ଗରାଜଙ୍କ ଜମି ବିକ୍ରିକୁ ବିଜେପିର ବିରୋଧ
ଲିଙ୍ଗରାଜଙ୍କ ଜମି ହଡ଼ପକୁ ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଜମି ବିକ୍ରିକୁ ଜୋରଦାର ବିରୋଧ କଲା ବିଜେପି । ଅଧିକ ପଢନ୍ତୁ
ଲିଙ୍ଗରାଜଙ୍କ ଜମି ବିକ୍ରିକୁ ବିରୋଧ କରି ବିଜେପିର ବିକ୍ଷୋଭ ପ୍ରଦର୍ଶନ
ଏହାସହ ନିର୍ମାଣ କାର୍ଯ୍ୟ ପାଇଁ ଖୋଳା ଯାଇଥିବା ଗାତ ଗୁଡିକୁ ବିଜେପି କର୍ମୀ ପୋତିବା ସହ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି । ରାଜ୍ୟ ସରକାରଙ୍କ ଗୋଚରରେ ଲିଙ୍ଗରାଜଙ୍କ ଜମିକୁ ବିକ୍ରି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହ ଲିଙ୍ଗରାଜଙ୍କ ଜମିରୁ ଇଞ୍ଚେବି ଜମି କାହାକୁ ଦିଆଯିବ ନାହିଁ ବୋଲି କହିଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ