ଭୁବନେଶ୍ବର:ମମିତା ମେହେର ହତ୍ୟାକାଣ୍ଡକୁ (Mamita meher murder case) ନେଇ କମ୍ପୁଛି ରାଜଧାନୀ । ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କହି ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲା ବିଜେପି (bjp protest) । ସମ୍ପୃକ୍ତ ମନ୍ତ୍ରଙ୍କ ବହିଷ୍କାର ଓ CBI ତଦନ୍ତ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେପି ।
ମାଷ୍ଟରକ୍ୟାଣ୍ଟିନରେ ଘଣ୍ଟ ବଜାଇ ହୁଳହୁଳି ଦେଇ ଆନ୍ଦୋଳନ କରିଛନ୍ତି ମହିଳା । ବଜାରେ ବଜା ଘଣ୍ଟ ବଜା, ମୃଦଙ୍କ ବଜା ଉଠିବ ଲମ୍ପଟ ରାଜା ଲେଖା ପୋଷ୍ଟର ଧରି ରାଜ ରାସ୍ତାକୁ ଓହ୍ଲାଇଛି ମୋର୍ଚ୍ଚା । ନବୀନଙ୍କୁ ନିଦରୁ ଉଠାଇବା ପାଇଁ ଘଣ୍ଟ ବଜାଇ ବିଜେପି ଅଭିନବ ପ୍ରତିବାଦ କରିଛି । ବିଜେଡି ଶାସନରେ ମହିଳା ଅସୁରକ୍ଷିତ ଏହି ନାରା ଦେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ଏହାସହ ବେବିନା, ଇତିଶ୍ରୀ ଓ ମାହାଙ୍ଗା ହତ୍ୟାକାଣ୍ଡର ସଠିକ ତଦନ୍ତ ଦାବି କରିଛି ବିଜେପି ।