ଭୁବନେଶ୍ବର:ନିର୍ବାଚନ ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି । କେଉଁଠି ବିଜେପି କର୍ମୀଙ୍କୁ ଆକ୍ରମଣ ତ ଆଉ କେଉଁଠି ଅପହରଣ କରାଯାଇଛି । ପଞ୍ଚାୟତ ନିର୍ବାଚନ ସମୟରେ ହାରିବା ଭୟରେ ବିଜେଡି ଏପରି ରକ୍ତମୁଖା ହୋଇପଡିଥିବା ବିଜେପି ଅଭିଯୋଗ କରିଛି । ଶାସକ ଦଳ କର୍ମୀଙ୍କ ଗୁଣ୍ଡାଗିରିକୁ ନେଇ ବିଜେପି ବାରମ୍ବାର ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଆଜି ପୁଣିଥରେ ବିଜେଡି କର୍ମୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ବିଜେପି ।
ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଅଭିଯୋଗ, ନିର୍ବାଚନ କମିଶନ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା - ବିଜେଡି ବିରୋଧରେ ବିଜେପିର ପ୍ରତିବାଦ
ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା । ହାରିବା ଭୟରେ ବିଜେଡି ରକ୍ତମୁଖା ହୋଇପଡିଥିବା ଅଭିଯୋଗ କଲା ଦଳ । ଅଧିକ ପଢନ୍ତୁ
ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଅଭିଯୋଗ, ନିର୍ବାଚନ କମିଶନ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା
ବିଜେପିର ଅଭିଯୋଗ, ପରାଜୟ ଭୟରେ ବିଜେଡି ସାରା ରାଜ୍ୟରେ ହିଂସାକୁ ଆଦରି ନେଇଛି । ଦଳ ରକ୍ତମୁଖା ହୋଇପଡିଛି । ବୁଥ ରିଗିଂ, ନିର୍ବାଚନୀ ହିଂସାକାଣ୍ଡ ଘଟାଉଛି ଶାସକ ଦଳ । ପଞ୍ଚାୟତ ଭୋଟ ଗ୍ରହଣ ସମୟରେ ଅନେକ ସ୍ଥାନରେ ବିଜେପି କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରି ବିଜେପି ନେତା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବା ସହ ବିଜେଡି ବିରୋଧରେ ନାରାବାଜି କରିଛି । ଏଥିସହ ଦଳ ପକ୍ଷରୁ ନିର୍ବାଚନ କମିଶନରଙ୍କୁ ଏକ ଦାବିପତ୍ର ଦିଆଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ