ଓଡିଶା

odisha

ETV Bharat / city

ସତ୍ୟବାଦୀ ବିଜେପି ପ୍ରାର୍ଥୀଙ୍କ ପାଇଁ ଦଳ ସାଜିଛି ସୁରକ୍ଷା କବଚ: ବିଜେଡି

ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ। ତାଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି କରିଛି ପୋଲିସ । ଅନ୍ୟପଟେ ବିଜେଡି ଏହାରି ମଧ୍ୟରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛି।

By

Published : Apr 25, 2019, 9:46 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ। ତାଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି କରିଛି ପୋଲିସ । ଅନ୍ୟପଟେ ବିଜେଡି ଏହାରି ମଧ୍ୟରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛି। ଦଳର ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ଓମ ପ୍ରକାଶଙ୍କୁ ବିଜେପି ସୁରକ୍ଷା ଦେଉଛି। ଅତୀତରେ ବିଜେପିର ଏଭଳି ଟ୍ରାକ ରେକର୍ଡ ମଧ୍ୟ ରହିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଉତ୍ତରାଖଣ୍ଡରେ ସଂପୃକ୍ତ ଅପରାଧୀଙ୍କ ପାଇଁ ଗେଷ୍ଟ ହାଉସ ବୁକ କରିଥିଲେ ଜଣେ କେନ୍ଦ୍ରମନ୍ତ୍ରୀ। ସେହିଭଳି ଭାବେ ଓମ ପ୍ରକାଶଙ୍କୁ ମଧ୍ୟ ରାଜ୍ୟ ବାହାରେ କେଉଁଠି ଦଳ ନେଇ ସୁରକ୍ଷା ଦେଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଦଳ ଜାଣିସାରିଲାଣି ଯେ ବିଜେପି ହାରିବା ନିଶ୍ଚିତ। ସେଥିପାଇଁ ଏଭଳି ଅପରାଧିକ କାର୍ଯ୍ୟ କରୁଛି ବୋଲି ଯୁକ୍ତି ବାଢିଛନ୍ତି ନେତା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details