ଭୁବନେଶ୍ବର:ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଗଜପତିର ମାଣିକପାଟଣାରେ ଆନ୍ଧ୍ର ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି । ଓଡିଶାର ସୀମା ଅସୁରକ୍ଷିତ ରାଜ୍ୟର ଦକ୍ଷିଣାଞ୍ଚଳ,ପଶ୍ଚିମାଞ୍ଚଳରେ ସୀମା ବିବାଦ ଲାଗିରହିଛି । ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡଖଣ୍ଡ ବିଭିନ୍ନ ସମୟରେ ଓଡିଶା ଭିତରେ ପଶି ବିଭିନ୍ନ ଅଞ୍ଚଳକୁ ଅକ୍ତିଆର କରିଛନ୍ତି । ଓଡିଶା ସରକାର ସୀମାକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି । 1936ରୁ ଆଜି ପର୍ଯ୍ୟନ୍ତ ଦେଶରେ ଯଦି କୌଣସି ପ୍ରଦେଶ ନିଜ ସୀମାକୁ ସୁରକ୍ଷା ଦେବାରେ ଓଡିଶା ବିଫଳ ହୋଇଛି । କୋର୍ଟରେ ନିଜର ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରୁନାହାନ୍ତି ରାଜ୍ୟ ସରକାର ।
ପଡୋଶୀ ରାଜ୍ୟ ଜୋରଜବରଦସ୍ତ ଅନୁପ୍ରବେଶ ଅଧିକ ବଢ଼ିଛି । ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ରପ୍ରଦେଶ । ଫେବୃଆରୀ 21 ତାରିଖରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ ଯାଇଥିଲା । ସେତେବେଳେ ସେମାନେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିଲେ । ଆନ୍ଧ୍ର ସରକାର କିଛି ଦିନ ତଳେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିଲେ । 6 ଓ 7 ତାରିଖ ଦିନ ଓଡିଶା ଅଧିକାରୀ ମାନେ ଖବର ପାଇ ଅଙ୍ଗନବାଡି କେନ୍ଦ୍ର ସିଲ କଲେ । 2 ଦିନ ତଳେ 9 ତାରିଖ ଦିନ ମାଣିକପାଟଣା ଗାଁ ଗଙ୍ଗାବାଡ଼ ପଞ୍ଚାୟତ ରାୟଗଡ଼ ବ୍ଲକ ଠାରେ ଆନ୍ଧ୍ରର ମନ୍ତ୍ରୀ ଆପଲରାଜୁ ପୋଲିସ ଓ ସରକାରୀ ଅଧିକାରୀଙ୍କୁ ନେଇ ପହଞ୍ଚିଲେ । ସେଠାକାର ଲୋକଙ୍କୁ ପ୍ରଭାବିତ କଲେ । ସ୍ଥାନୀୟ ଗାଁର କିଛି ଲୋକଙ୍କୁ ଦରମା ଦେଇ ଆନ୍ଧ୍ର ସେମାନଙ୍କ ଯୋଜନା ପ୍ରଚାର କରିବାରେ ଲାଗିଛନ୍ତି । ମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ରଖି ସେଠାରେ ପହଁଚିଲେ । ଓଡିଶା ସରକାର ସେ ଖବର ପାଇ ନଥିଲେ । ପଞ୍ଚାୟତ ନିର୍ବାଚନ ବେଳେ ବି ଗୁଇନ୍ଦା ଫେଲ ଓ ଏବେ ବି ଗୁଇନ୍ଦା ଫେଲ ହୋଇଛି । ବିଳମ୍ବରେ ଖବର ପାଇ ଗଜପତି ଜିଲ୍ଲାର ଏଡିଏମ ମାତ୍ର 4ଜଣ କନଷ୍ଟେବଳଙ୍କ ସହ ଯାଇଥିଲେ । ଆନ୍ଧ୍ରର ମନ୍ତ୍ରୀ ଓଡିଶା ଅଧିକାରୀଙ୍କୁ ଗାଳିଗୁଳଜ କଲେ । ଧମକ ଦେଲେ । ଓଡିଶା ସୀମାରେ ପଶି ଓଡ଼ିଆ ଅଧିକାରୀଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ । କିନ୍ତୁ ମନ୍ତ୍ରୀଙ୍କ ବିରୋଧରେ ଓଡିଶା ସରକାର ବର୍ତ୍ତମାନ ସୁଦ୍ଧା ଗୋଟିଏ ଏତଲା ବି ହୋଇନାହିଁ । ଆନ୍ଧ୍ର ପୋଲିସ ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାରଜିକୁ ବାରମ୍ବାର ହଇରାଣ କରୁଛି । ଓଡିଶା ସରକାର କାହାକୁ ବି ସୁରକ୍ଷା ଦେଉନାହାନ୍ତି । ସେ ଅଞ୍ଚଳରେ ରାସ୍ତା ନାହିଁ । 40 କିଲୋମିଟର ବୁଲି ବୁଲି ସେ ଅଞ୍ଚଳକୁ ଯାଉଛନ୍ତି ଓଡ଼ିଆ ଅଫିସର । ଓଡିଶା ଅଫିସରମାନେ ସେ ଅଞ୍ଚଳକୁ ଯିବା ପାଇଁ ଭୟ କରୁଛନ୍ତି । ଆଜି ପର୍ଯ୍ୟନ୍ତ ଆରଡିସି, ଡିଆଇଜି କେହି ସେ ଅଞ୍ଚଳକୁ ଗଲେ ନାହିଁ ।