ଓଡିଶା

odisha

ETV Bharat / city

ସାର ଅଭାବକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ପ୍ରେସମିଟ୍ - ବିଜେପି କୃଷକ ମୋର୍ଚ୍ଚା

ରାଜ୍ୟରେ ସାର ଅଭାବକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରେସମିଟ । ସାରା ଅଭାବକୁ ନେଇ ଚାଷୀଙ୍କ ଅସନ୍ତୋଷ ଠାରୁ ବଞ୍ଚିବା ପାଇଁ ସରକାର ଚିଠି ଲେଖିଛନ୍ତି ବୋଲି ବିଜେପି କହିଛି । ଅଧିକ ପଢନ୍ତୁ...

Bjp pressmeet on fertilizer issue
ସାର ଅଭାବକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ପ୍ରେସମିଟ୍

By

Published : Jul 31, 2021, 6:57 PM IST

ଭୁବନେଶ୍ବର: ରାଜ୍ୟରେ ସାର ଅଭାବକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରେସମିଟ । ସାର ପ୍ରସଙ୍ଗରେ ବିଜେଡି ବିଭ୍ରାନ୍ତିକର ତଥ୍ୟ ଦେଉଛି ବୋଲି ବିଜେପି ଅଭିଯୋଗ କରିଛି ।

ସାର ଅଭାବକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ପ୍ରେସମିଟ୍
ସାର ଅଭାବକୁ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ପ୍ରେସମିଟ୍

ସାର ଅଭାବକୁ ନେଇ ଚାଷୀଙ୍କ ଅସନ୍ତୋଷ ଠାରୁ ବଞ୍ଚିବା ପାଇଁ ସରକାର ଚିଠି ଲେଖିଛନ୍ତି। ଅଭିନବ ଉପାୟରେ ରାଜ୍ୟ ସରକାର ଚାଷୀଙ୍କୁ ଠକିବାକୁ ଚେଷ୍ଟା କରିଛନ୍ତି । ଏପରି କରିବା ଦ୍ବାରା ରାଜ୍ୟରେ କୃତ୍ରିମ ଅଭାବ ସୃଷ୍ଟି ହେବ, କଳା ବେପାରୀଙ୍କୁ କଳା ବଜାରୀ କରିବାକୁ ସୁଯୋଗ ମିଳିଯିବ । ଏଥିପାଇଁ ରାଜ୍ୟ ସରକାର ରାସ୍ତା ଖୋଲି ଦେଇଛନ୍ତି। ପଣସ ଖାଇ ପର ମୁଣ୍ଡରେ ଅଠା ବୋଳୁଛି ବିଜେଡି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି, ଏହାକୁ ମନିଟରିଂ କରି ପାରୁନାହାନ୍ତି ରାଜ୍ୟ ସରକାର । ସ୍ଥିତି ଏମିତି ହୋଇଛି ଯେ ଲୁଚିଛି ନା ଗୋଡ ଦିଟା ଦିଶୁଛି । ନିଜ ଅଧିକାରୀଙ୍କ ଠୁ ତଥ୍ୟ ସଂଗ୍ରହ କରି କହି ନାହାନ୍ତି ସରକାର । ଓଡିଶାକୁ କେନ୍ଦ୍ର ସବୁବେଳେ ପ୍ରାଧାନ୍ୟ ଦେଇ ଆସୁଛି । ଦରକାର ଠୁ ଅଧିକ ସାର ଦିଆ ଯାଇଛି । ମିଡିଆ ଆଗରେ ତଥ୍ୟ ଦିଅନ୍ତୁ ଯେ କେତେ ସାର କେନ୍ଦ୍ର ଠୁ ପାଇଛି ଓଡିଶା । ନିଜ ଅପାରଗତା ଲୁଚାଇବା ପାଇଁ ଏକ ଚେଷ୍ଟା ।

କେନ୍ଦ୍ର ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ପ୍ରତି ୨ ଦିନରେ ଆଲୋଚନା ଚାଲିଛି । ରାଜ୍ୟ କୁମ୍ଭୀର କାନ୍ଦଣା କାନ୍ଦୁଛି । ରାଜ୍ୟ ସରକାର କଳାବଜାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଲେ ନାହିଁ କି ବେଆଇନ ଗୋଦାମ ସିଲ୍ କଲେ ନାହିଁ ଯାହା ଫଳରେ ଏଭଳି ଏକ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଉଛି। ଏ ଚିଠି ରାଜନୈତିକ ଉଦ୍ଦେଶ୍ୟ ରହିଛି । ସରକାର ଏଭଳି ରାଜନୀତି ନକରି କୃତ୍ରିମ ଅଭାବକୁ କିଭଳି ଦୂର କରାଯାଇପାରିବ ସେ ନେଇ ପ୍ରଚେଷ୍ଟା କରନ୍ତୁ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details