ଓଡିଶା

odisha

ETV Bharat / city

ସାରକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କୃଷିମନ୍ତ୍ରୀ: ବିଜେପି

ରାଜ୍ୟକୁ ସାର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ କୃଷି ମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ । କେନ୍ଦ୍ର ସରକାର ଓଡିଶାକୁ ଯୋଗାଇ ଦେଇଥିବା ଗତ 3 ବର୍ଷର ସାରର ହିସାବ ରଖି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ଅଧିକ ପଢନ୍ତୁ...

Bjp pressmeet on fertilizer issue
ସାରକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କୃଷିମନ୍ତ୍ରୀ

By

Published : Jun 23, 2021, 10:19 PM IST

ଭୁବନେଶ୍ବର: ରାଜ୍ୟକୁ ସାର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ କୃଷି ମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ । କେନ୍ଦ୍ର ସରକାର ଓଡିଶାକୁ ଯୋଗାଇ ଦେଇଥିବା ଗତ 3 ବର୍ଷର ସାରର ହିସାବ ରଖି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ବିଜେପିର ରାଜ୍ୟ ସାଧାରଣ ସଂପାଦକ ତଥା ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ।

ସାରକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କୃଷିମନ୍ତ୍ରୀ

ଓଡିଶାକୁ ଆବଶ୍ୟକତା ଠାରୁ ଅଧିକ ସାର କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ତଥ୍ୟ ଅନୁସାରେ 2021 ଜୁନ ମାସ ପାଇଁ ରାଜ୍ୟକୁ 70 ଲକ୍ଷ ମେଟ୍ରିକ ଟନ ୟୁରିଆ ଆବଶ୍ୟକ ଥିବା ବେଳର କେନ୍ଦ୍ର ସରକାର 71 ଲକ୍ଷ ମେଟ୍ରିକ ଟନ ଯୋଗାଇ ଦେବାକୁ ଯୋଜନା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା 21 ଲକ୍ଷ ମେଟ୍ରିକ ଟନ ୟୁରିଆ ଯୋଗାଇ ଦେଇଛନ୍ତି । ଜୁନ 20 ସୁଦ୍ଧା ରାଜ୍ୟ ପାଖରେ 1.73 ଲକ୍ଷ ମେଟ୍ରିକ ଟନ ସାର ଉପଲବ୍ଧ ରହିଛି । ଏହା ଦର୍ଶାଉଛି ଯେ କେନ୍ଦ୍ର ସରକାର ଆବଶ୍ୟକତା ଠାରୁ ଅଧିକ ସାର ଯୋଗାଇ ଦେଇଛନ୍ତି । ଟିଏନଡିପି ସାର 50 ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର 12 ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଛନ୍ତି । ରାଜ୍ୟ ପାଖରେ ଜୁନ 20 ସୁଦ୍ଧା 57 ଲକ୍ଷ ମେଟ୍ରିକ ଟନ ଟିଏନଡିପି ସାର ମହଜୁଦ ଅଛି । ଏମଓପି ସାର ଜୁନ 20 ସୁଦ୍ଧା 20 ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର 5 ଲକ୍ଷ ମେଟ୍ରିକ ଟନ ଦେଇଛନ୍ତି । ଜୁନ 20 ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ 48 ଲକ୍ଷ ମେଟ୍ରିକ ଟନ ସାର ମହଜୁଦ ଅଛି ।

ଏନପିକେଏସ ସାର 50 ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବା ବେଳେ କେନ୍ଦ୍ର ସରକାର 8 ଲକ୍ଷ ମେଟ୍ରିକ ଟନ ଦେଇଛନ୍ତି । ଜୁନ 20 ସୁଦ୍ଧା 98 ଲକ୍ଷ ମେଟ୍ରିକ ଟନ ସାର ରାଜ୍ୟ ସରକାରଙ୍କ ପାଖରେ ମହଜୁଦ ଅଛି । 2019 ଓ 2020 ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଯଥେଷ୍ଟ ଅଧିକ ସାର ଯୋଗାଇ ଦେଇଛନ୍ତି । ଯାହା ଜଣା ପଡୁଛି କୃଷି ମନ୍ତ୍ରୀ ଅରୁଣା ସାହୁ କେନ୍ଦ୍ର ସରକାରଙ୍କ ଚାଷୀ ହିତକାରୀ ଯୋଜନା ଉପରେ ଈର୍ଷାନ୍ବିତ ହୋଇଯାଇଛନ୍ତି । ସେଥିପାଇଁ ସବୁବେଳେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି । ରାଜ୍ୟରେ ଯେତିକି ସାର ଆବଶ୍ୟକତା ଅଛି । ତାଠାରୁ ଯଥେଷ୍ଟ ଅଧିକ ସାର ଓଡିଶାରେ ଉପଲବ୍ଧ ଅଛି । ଏହି ତଥ୍ୟକୁ ହିସାବ କଲେ ଓଡିଶାରେ ଆବଶ୍ୟକ ଥିବା ସାର ଠାରୁ ଅଧିକ ସାର କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଦାବିର ଯଥାର୍ଥତା କେଉଁଠୁ ଆସିଲା । ମନ୍ତ୍ରୀ ଗତ 3 ବର୍ଷର ହିସାବ ଦେଖନ୍ତୁ ।

ଗତ ବର୍ଷର ଷ୍ଟକ ଏବେ ବି ଓଡିଶାରେ ଉପଲବ୍ଧ ଅଛି । ବିଭିନ୍ନ ସାମଗ୍ରୀର ଦର ଵୃଦ୍ଧି ପାଇଥିବା ସତ୍ୱେ କେନ୍ଦ୍ର ସରକାର ସବସିଡିରେ ଓଡିଶାକୁ ସାର ଯୋଗାଇଦେଇଛନ୍ତି । କେନ୍ଦ୍ରକୁ ଚିଠି ଲେଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି କୃଷି ମନ୍ତ୍ରୀ । ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ବଣ୍ଟନ ବ୍ୟବସ୍ଥା ରଖିଛନ୍ତି । ଯେଉଁଥିପାଇଁ ସଠିକ ସମୟରେ କେନ୍ଦ୍ର ସରକାରଙ୍କ ସହାୟତା, ଅନୁଦାନ ଓ ଯୋଜନାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚିପାରୁନାହିଁ । କୃଷି ମନ୍ତ୍ରୀ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ । ତିନି ବର୍ଷ ଧରି ରାଜ୍ୟସରକାରଙ୍କୁ ଯେତିକି ସାର ଦିଆଯାଇଛି ସେଥିରୁ ବଳକା ରହିଛି । ସେ ବଳକା ସାର କୁଆଡେ ଗଲା ବୋଲି ବିଜେପି ପ୍ରଶ୍ନ କରିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details