ଓଡିଶା

odisha

ETV Bharat / city

ବିଜେଡିର ଧାରଣାକୁ ନେଇ ଗୋଲକ ମହାପାତ୍ରଙ୍କ ପ୍ରେସମିଟ - BJP

ବିଧାନସଭା ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଶାସକ ଦଳ ଭାବେ ଶାସକ ବିଜେଡି ବିଭିନ୍ନ ବିଷୟ ପ୍ରସଙ୍ଗରେ ବିଧାନସଭା ଗୃହ ମଧ୍ୟରେ ଆଲୋଚନା କରିବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଶାସକ ବିଜେଡି ବିଧାନସଭା ଗୃହ ବାହାରେ ଆନ୍ଦୋଳନ କରୁଛି । ସମଗ୍ର ରାଜ୍ୟରେ ମରୁଡି କରାଳ ଛାୟା ଥିବାବେଳେ ଆଲୋଚନାକୁ ନ ଆସି ଶାସକ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଅଧିକ ପଢନ୍ତୁ...

BJP pressmeet on bjd fertilizer demostration
ବିଜେଡିର ଧାରଣାକୁ ନେଇ ଗୋଲୋକ ମହାପାତ୍ରଙ୍କ ପ୍ରେସମିଟ

By

Published : Sep 1, 2021, 10:53 PM IST

ଭୁବନେଶ୍ବର: ବିଜେଡିର ଧାରଣାକୁ ନେଇ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ପ୍ରେସମିଟ୍। ବିଧାନସଭା ମୈାସୁମୀ ଅଧିବେସନ ଆଜିଠୁ ଆରମ୍ଭ ହୋଇଛି । ଶାସକ ଦଳ ଭାବେ ଶାସକ ବିଜେଡି ବିଭିନ୍ନ ବିଷୟ ପ୍ରସଙ୍ଗରେ ବିଧାନସଭା ଗୃହ ମଧ୍ୟରେ ଆଲୋଚନା କରିବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଶାସକ ବିଜେଡି ବିଧାନସଭା ଗୃହ ବାହାରେ ଆନ୍ଦୋଳନ କରୁଛି । ଓଡିଶାବାସୀଙ୍କ ସମସ୍ୟାର ସମାଧାନ ପାଇଁ ବିଧାନସଭା ଗୃହରେ ଆଲୋଚନା କରିବାକୁ ଶାସକ ବିଜେଡିର ସାହାସ ନଥାଏ । ବିଭିନ୍ନ ଆଳ ଦେଖାଇ ବିଧାନସଭା କାର୍ଯ୍ୟକୁ ସ୍ଥଗିତ କରିବାରେ ଶାସକ ବିଜେଡି ପାରଙ୍ଗମ । ସମଗ୍ର ରାଜ୍ୟରେ ମରୁଡି କରାଳ ଛାୟା ଥିବାବେଳେ ଆଲୋଚନାକୁ ନ ଆସି ଶାସକ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ।

ବିଜେଡିର ଧାରଣାକୁ ନେଇ ଗୋଲକ ମହାପାତ୍ରଙ୍କ ପ୍ରେସମିଟ
ନିଜ ଅପାରଗତା ଓ ସ୍ଥାଣୁତା ଲୁଚାଇବାକୁ ଯାଇ ଶାସକ ବିଜେଡି ଆଜି ପୁଣି ଆଉ ଗୋଟେ ନାଟକ କରିଛି । ସାର ପ୍ରସଙ୍ଗରେ ଧାରଣ ଦେଇ ମିଥ୍ୟାକୁ ସତ୍ୟରେ ପରିଣତ କରିବାର ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ । ଖରିଫ ଋତୁ ପାଇଁ ଆବଶ୍ୟକୀୟ ପରିମାଣର ସାର ରାଜ୍ୟରେ ମହଜୁଦ ଅଛି ବୋଲି ସରକାରୀ ୱେବ୍‌ସାଇଟରେ ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ନିଜ ବିଫଳତାକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦି ଲୋକ ଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମହାପାତ୍ର ଅଭିଯୋଗ କରିଛନ୍ତି ।୨୦୨୨ ମସିହା ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ କାର୍ଯ୍ୟରତ । ତେଣୁ ମୋଦି ସରକାର ରାଜ୍ୟ ସରକାରମାନଙ୍କୁ ଧାର୍ଯ୍ୟ ସାର ଠାରୁ ଅଧିକ ସାର ଯୋଗାଇ ଦେଉଛନ୍ତି । ଏହି କ୍ରମରେ ଓଡିଶାକୁ ମଧ୍ୟ ସର୍ବଦା ପ୍ରାଥମିକତା ଦେଉ ଆସୁଛନ୍ତି ମୋଦି ସରକାର । କେନ୍ଦ୍ର ସାର ବିଭାଗ ରାଜ୍ୟ କୃଷି ବିଭାଗ ସହ ନିୟମିତ ଭାବରେ ସାରର ଉପଲବ୍ଧି ନେଇ ବିଚାରବିମର୍ଷ କରିବା ସହ ସାରର ଯୋଗାଣକୁ ମଧ୍ୟ ତଦାରଖ କରୁଛନ୍ତି । ଅସହିଷ୍ନୁ ରାଜ୍ୟ ସରକାର ସମସ୍ତ ସୀମା ଉଲ୍ଲଂଘନ କରି କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଅଭ୍ୟାସରେ ପରିଣତ ହୋଇସାରିଛି ।ରାଜ୍ୟ ସରକାରଙ୍କ ୱେବ୍‌ସାଇଟରେ ଉଲ୍ଲେଖ ତଥ୍ୟାନୁଯାୟୀ ରାଜ୍ୟରେ ୩.୧୦ଲକ୍ଷ ମେଟ୍ରକ ଟନ୍ ୟୁରିଆ ସାର ପାଇଁ ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ୩.୬୪ ଲକ୍ଷ ମେଟ୍ରକ ଟନ୍ ୟୁରିଆ ସାର ଯୋଗାଇ ସାରିଛନ୍ତି । ସେହିପରି ଡିଏପି ସାର ୧.୮୫ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୧.୭୨ଲକ୍ଷ ମେଟ୍ରିକ ଟନ; ଏମଓପି ସାର ୦.୮୫ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୦.୯୬ଲକ୍ଷ ମେଟ୍ରକ ଟନ୍‌; ଏମପିକେଏସ ସାର ୧.୮୨ ଲକ୍ଷ ମେଟ୍ରିକ ଟନ୍ ଆବଶ୍ୟକ ଥିବାବେଳେ ୨.୧୩ଲକ୍ଷ ମେଟ୍ରିକ ଟନ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ସାରର କଳାବଜାରୀ ହେବା ସହ ଓଡିଶା ପାଇଁ ଆସୁଥିବା ସାର ପଡୋଶୀ ପଶ୍ଚିମବଙ୍ଗରେ ବିକ୍ରି ହେଉଛି । ମାର୍କଫେଡ୍‌, ଆଗ୍ରୋ ଏବଂ ପ୍ୟାକ୍ସମାନଙ୍କ ମଧୁଚନ୍ଦ୍ରିକାରେ ରାଜ୍ୟର କୃଷକମାନଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ବହୁ ଅଧିକ ମୂଲ୍ୟରେ ସାର ବିକ୍ରି ହେଉଛି । ପରିଚାଳନାଗତ ନିଜ ବିଫଳତାକୁ ଲୁଚାଇବା ପାଇଁ ଶାସକ ବିଜେଡି କେନ୍ଦ୍ର ଉପରେ ଦୋଷ ଲଦି ବିଭ୍ରାନ୍ତ କରିବାର ଅପଚେଷ୍ଟା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ।ମିଥ୍ୟା ତଥ୍ୟର ସୌଦାଗର ହେଉଛନ୍ତି ରାଜ୍ୟ ସରକାର । ମିଛ କଥା ଗୁଡାଏ କହି ଲୋକଙ୍କୁ ଭ୍ରମିତ କରୁଛି ରାଜ୍ୟ ସରକାର । ରାଜ୍ୟରେ ସାର ବିକ୍ରୟ କେନ୍ଦ୍ରରେ କୁତ୍ରିମ ଅଭାବ ସୃଷ୍ଟି ନକରି ଚାଷୀଙ୍କ ପାଖରେ କେମିତି ସାର ପହଞ୍ଚିପାରିବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ନିଜେ ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ନୀତିରୁ ରାଜ୍ୟ ସରକାର ଓହରି ତଥ୍ୟ ଆଧାରରେ ଜବାବ୍ ଦେବାକୁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details