ଭୁବନେଶ୍ବର: ଜାତୀୟ କ୍ରାଇମ ବ୍ୟୁରୋ ରେକର୍ଡକୁ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ଲେଖାଶ୍ରୀ ସାମନ୍ତ ସିଂହାର । ବିଜେଡି ସରକାର ମା’କୁ ସମ୍ମାନର ଡିଣ୍ଡିମ ପିଟୁଛନ୍ତି । ମାତ୍ର NCRB ରିପୋର୍ଟ କହୁଛି ଏମାନେ କେବଳ କଥାରେ କୁହନ୍ତି । ଭୋଟ ବେଳେ ମା କୁ ସମ୍ମାନ କହି ଭୋଟ ହାତେଇଥାନ୍ତି । ମହିଳାଙ୍କ ଠୁ ନେଇ ନାବାଳିକା ପର୍ଯ୍ୟନ୍ତ ସମସ୍ତେ ଏଠି ଅସୁରକ୍ଷିତ ।
ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏଠି କ୍ରାଇମ ବଢୁଛି । ରାଜ୍ୟ ସରକାରଙ୍କ ଛତ୍ର ଛାୟାରେ ଅପରାଧୀ ମାନେ ଅପରାଧ ଘଟାଉଛନ୍ତି । ଥାନାକୁ ଗଲେ ପୋଲିସ ଏତଲା ରଖୁନି । ବରଂ ପୋଲିସ ପଡୀତାଙ୍କୁ ଧମକାଉଛନ୍ତି । ଶାରୀରିକ ସମ୍ପର୍କ ରଖିବାକୁ ବି ବାଧ୍ୟ କରୁଛନ୍ତି । ଏସବୁ ଅପରାଧୀ ଙ୍କୁ ବିଜେଡିର ନେତା ମାନେ ସୁରକ୍ଷା ଦେଉଛନ୍ତି । ଚାପ ସୃଷ୍ଟି କରି ଅପରାଧୀକୁ ଖସାଇ ଦେଉଛନ୍ତି । ଯାହାର ଉଧାହରଣ ହେଉଛି କଳାହାଣ୍ଡି ସିନାପାଲିର ଘଟଣା । ଓଡିଶାରେ ଲକ୍ଷ ଲକ୍ଷ ମହିଳାଙ୍କ କ୍ଷେତ୍ରରେ 113 ଜଣ ମହିଳାଙ୍କୁ ନିର୍ଯାତନା ଦିଆଯାଇଛି । 20 ଟି ଗଣଦୁଷ୍କର୍ମ ହୋଇଛି । 30 ହଜାର ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଅପହରଣ ହୋଇଛି । କୁନି କୁନି ପିଲାଙ୍କ ଅପହରଣ ମାମଲା ଏବେ ବଢିଛି । ଏବେ ଏହି ଘଟଣାରେ ରାଜ୍ୟ ସରକାର ଶ୍ବେତପତ୍ର ପ୍ରକାଶ କଲେ ନାହିଁ । ଦୋଷୀକୁ ଦଣ୍ଡ ଦେଲେନି । କ୍ରାଇମ ସିନକୁ ଡ୍ରାମା ସିନ ଭାବେ ପୋଲିସ ବ୍ୟବହାର କରୁଛି ।