ଭୁବନେଶ୍ବର: ରାଜ୍ୟରେ ଏନଏସି, ମ୍ୟୁନିସିପାଲିଟି ଓ ପୌରାଞ୍ଚଳ ଗୁଡ଼ିକରେ ଜନ ପ୍ରତିନିଧି ନାହାନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ । ସମସ୍ତ କାର୍ଯ୍ୟ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ସରକାର ଓ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ପଞ୍ଚାୟତ ସହ ପୌର ନିର୍ବାଚନ କରନ୍ତୁ ଏବଂ ସହରାଞ୍ଚଳରେ ବସବାସ କରୁଥିବା ନାଗରିକ ମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରନ୍ତୁ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଚେତାବନୀ ଦେଇଛି । କାରଣ କେନ୍ଦ୍ର ସରକାରଙ୍କ ବାସଗୃହ, ପାନୀୟ ଜଳ, ସ୍ଵରାଜ, ଆଲୋକ ଆଦି ଯୋଜନା ଅବହେଳିତ ଅବସ୍ଥାରେ ଅଛି, ଯାହାର ସୁପରିଚାଳନା ରାଜ୍ୟ ସରକାର କରିପାରୁ ନାହିଁ ।
ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ବୋଲକରା: ବିଜେପି - ରାଜ୍ୟରେ ଏନଏସି, ମ୍ୟୁନିସିପାଲିଟି ଓ ପୌରାଞ୍ଚଳ ନିର୍ବାଚନ
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବରିଷ୍ଠ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ପ୍ରେସମିଟ । ରାଜ୍ୟରେ ଏନଏସି, ମ୍ୟୁନିସିପାଲିଟି ଓ ପୌରାଞ୍ଚଳ ଗୁଡ଼ିକରେ ଜନ ପ୍ରତିନିଧି ନାହାନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ । ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ବିଜେପି କହିଛି । ଅଧିକ ପଢନ୍ତୁ...
ଲୋକସଭା ଓ ବିଧାନସଭା ନିର୍ବାଚନ 5 ବର୍ଷ ପୁରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ ସେମିତି ପଞ୍ଚାୟତ ଓ ପୌର ସମୟ ଅବଧି ଶେଷ ହେଲେ ରାଜ୍ୟ ନିର୍ବାଚନ କମିଶନ, ନିର୍ବାଚନ କରିବାକୁ ବାଧ୍ୟ । 3 ବର୍ଷ ବିତି ଗଲାଣି କିନ୍ତୁ, ନିର୍ବାଚନ କମିଶନ କହୁଛନ୍ତି ‘ଆମେ ଚିଠି ଲେଖୁଛୁ ପଞ୍ଚାୟତ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାରଙ୍କୁ’ । ଜନ ପ୍ରତିନିଧିମାନେ ସରକାରୀ ଅଫିସର ମାନଙ୍କ ଆଗରେ ଗୋଡ ଭାଙ୍ଗି ଛିଡା ହେଉଛନ୍ତି । ଅଧିକାରୀ ମାନେ କୋଭିଡ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । 2022 ମସିହା ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ଶେଷ ହେବ ଆବଶ୍ୟକ । ରାଜ୍ୟ ନିର୍ବାଚନ କମିଶନ ନିଜର ସାମ୍ବିଧାନିକ ଦାୟୀତ୍ୱ ଭୁଲି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଛି । କମିଶନଙ୍କୁ ରାଜ୍ୟ ସରକାର ଅନୁକମ୍ପା ଦେଖାଇ ପଦବୀ ଦେଇଥିବାରୁ ରାଜ୍ୟ ସରକାରଙ୍କ ବୋଲକରା ହୋଇ ରହିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ