ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନହିଂସାକୁ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେବିରାଡି ବୈଷ୍ଣବ ଉପାଖ୍ୟାନ ଦେଲା ବିଜେପି । ତେବେ ରାଜ୍ୟ ସଭାପତି ସମୀର ମହାନ୍ତି ହିଂସା ବିରୋଧରେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ।
ଅନ୍ୟପଟେ ଆଇନ ତା ବାଟରେ ଯିବ ବୋଲି କୁହନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏବେ କୁଆଡେ ଗଲେ ଏହି ଆଇନ ପଚାରିଛି ବିଜେପି । ବିଜେଡି ନେତା ଓ ମନ୍ତ୍ରୀ ହିଂସା ପନ୍ଥା ଆପଣାଉଛନ୍ତି । ତେବେ ନିର୍ବାଚନ କମିଶନଙ୍କୁ ଏନେଇ ବାରମ୍ବାର ଅଭିଯୋଗ ନେଇ ଫେରାଦ ହେଉଛି ବିଜେପି । ଯଦି ବିଜେପି ହିଂସା କରୁଛି ତେବେ ପୋଲିସ ପଦକ୍ଷେପ ନେଉନି କାହିଁକି ବିଜେପି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି । ଅଯଥା ଅଭିଯୋଗ ବିଜେପି ନାଁରେ କରୁଛି ବିଜେଡି ।