ଭୁବନେଶ୍ବର:ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଛି ବିଜେପି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତିଦିନ ଡିଜି ଅଫିସ ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟୁଛନ୍ତି । ହେଲେ ଯେତେ ଦାବି ହୋଇଛି ତାହାର ଫଳ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ।
ଦନ୍ତ ବିହୀନ ନିର୍ବାଚନ କମିଶନ ବିଜେଡ଼ିର ହାତ ବାରିଶି ସାଜିଛନ୍ତି ନିର୍ବାଚନ କମିଶନ । ଯେଉଁଠି ଲୋକଙ୍କୁ ହଣା ଯାଇଛି ହତ୍ୟା କରାଯାଇଛି ସେଠି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । କିନ୍ତୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ସାଂସଦ ଜୁଏଲ ଓରାମଙ୍କ ଭଳି ଆଦିବାସୀଙ୍କ ପାଇଁ କାମ କରୁଥିବା ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି ବିଜେଡ଼ି ।
ଯିଏ ଆଦିବାସୀଙ୍କ ପାଇଁ କାମ କରୁଛନ୍ତି ତାଙ୍କ ଉପରେ ଆକ୍ରମଣ ହେଉଛି । ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଉଭୟ ଡିଜି ଓ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପାଖାପାଖି 65 ପ୍ରକାର ଅଭିଯୋଗ କରିଛି ବିଜେପି । କିନ୍ତୁ ଫଳ ଶୂନ । କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।
ଏହାବି ପଢନ୍ତୁ :ସ୍ତ୍ରୀଙ୍କ ପାଇଁ ପ୍ରଚାର ମଇଦାନରେ ସରକାରୀ ଶିକ୍ଷକ ! ତଦନ୍ତ ଆରମ୍ଭ କଲା ପ୍ରଶାସନ