ଭୁବନେଶ୍ବର: ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ପ୍ରସଙ୍ଗରେ ବିଜେପି ନିଜର ପ୍ରତିକ୍ରିୟା ରଖିଛି । ଗଜପତି ଜିଲ୍ଲାର ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ପ୍ରଶଂସକଙ୍କୁ ଶକ୍ତ ଚାପୁଡା ମାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅହିଂସାର ପାଠ ପଢ଼ାଉଛନ୍ତି ଏବଂ ଅହିଂସାକୁ ଭାରତର ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ବାର୍ତ୍ତା ଦେଉଛନ୍ତି। ଅଥଚ ଦଳୀୟ ସାଂସଦ ସର୍ବସମ୍ମୁଖରେ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ଅତ୍ୟନ୍ତ ନିନ୍ଦନୀୟ ।
ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବାବେଳେ ତାଙ୍କ ଦଳର ସାଂସଦ ହିଂସାତ୍ମକ ଢଙ୍ଗ ଅପଣାଉଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ମତ ରଖନ୍ତୁ ଏବଂ ତୁରନ୍ତ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଖାଲି ସେତିକି ନୁହେଁ ଅହିଂସାର ବାର୍ତ୍ତା ଦେଉଥିବା ମୁଖ୍ୟମନ୍ତ୍ରୀ ପ୍ରମାଣିତ କରନ୍ତୁ ସେ ଖାଲି କଥାରେ ନୁହେଁ କାମରେ ବି ବିଶ୍ବାସ କରନ୍ତି ।