ଓଡିଶା

odisha

ETV Bharat / city

Aparajita faces Egg Attack; ବିଜେଡି ସରକାରରେ ଅସୁରକ୍ଷିତ ମହିଳା କହିଲା BJP - ବିଜେଡି ଉପରେ ବର୍ଷିଲେ ସମୀର ମହାନ୍ତି

ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ ବିଜେପି ସଭାପତି ସମୀର ମହାନ୍ତି(Odisha BJP President Samir Mohanty) । ବିଜେଡି ସରକାରରେ ମହିଳା ଅସୁରକ୍ଷିତ ଥିବା କହି ସରକାରଙ୍କୁ ଭର୍ସନା କଲେ ସମୀର । ଅଧିକ ପଢନ୍ତୁ

BJP Press Meet: ବିଜେଡି ସରକାରରେ ମହିଳା ଅସୁରକ୍ଷିତ କଲେ ସମୀର ମହାନ୍ତି
BJP Press Meet: ବିଜେଡି ସରକାରରେ ମହିଳା ଅସୁରକ୍ଷିତ କଲେ ସମୀର ମହାନ୍ତି

By

Published : Nov 26, 2021, 3:35 PM IST

ଭୁବନେଶ୍ବର: ରାଜ୍ୟ ସରକାର ଯେତେ ଦିନ ପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିନାହାନ୍ତି, ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଘୋଷଣା କଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଏପରି କହିଛନ୍ତି ସମୀର ମହାନ୍ତି ।

BJP Press Meet: ବିଜେଡି ସରକାରରେ ମହିଳା ଅସୁରକ୍ଷିତ କଲେ ସମୀର ମହାନ୍ତି

ସମୀର ମହାନ୍ତି ଆହୁରି କହିଛନ୍ତି ଯେ, ଗତକାଲି(ଗୁୁରୁବାର) ବିଳମ୍ବିତ ରାତିରେ ଅଘୋଷିତ ଭାବେ ଶାସକ ଦଳ ଦ୍ୱାରା ପ୍ରତିହିଂସା ପରାୟଣ ହୋଇ ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ (MP Aparajita faces Egg Attack) ଯେଉଁଭଳି ଆକ୍ରମଣ କରାଗଲା ତାହାକୁ ମୁଁ ନିନ୍ଦା କରୁଛି । ବିଜେଡ଼ି ଶାସନରେ ଓଡିଶାରେ ମହିଳା ବିପଦରେ ଅଛନ୍ତି, ଏହା ଗତକାଲି ଘଟଣାରୁ ପ୍ରମାଣିତ ହୋଇଛି । NCRB ରିପୋର୍ଟ ସବୁ ସତକୁ ପଦାରେ ପକାଇଛି । ମମିତା ମେହେରଙ୍କୁ ନିର୍ମମ ହତ୍ୟା କରାଗଲା । କିନ୍ତୁ ରାଜ୍ୟ ସରକାର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର କଲେ ନାହିଁ । ଯେଉଁଭଳି ଭାବେ ବିଜେଡ଼ି କର୍ମୀମାନେ ବିଶୃଙ୍ଖଳା କରିଛନ୍ତି, ଓଡିଶାରେ ଗଣତନ୍ତ୍ର ବିପଦରେ ଅଛି ବୋଲି ଜଣା ପଡୁଛି ।

ସରକାରୀ ଦଳ ଏତେ ଅସହିଷ୍ଣୁ କାହିଁକି ହୋଇଯାଉଛି ? ଗଣତନ୍ତ୍ରରେ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ଅଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଗତ କିଛିଦିନ ହେବ ସାମ୍ନାକୁ ଆସିଛି । ଗଣମାଧ୍ୟମରେ ବିଭିନ୍ନ ଡିବେଟ ହୁଏ । ବିଜେପିର ଜଣେ ପ୍ରବକ୍ତାଙ୍କୁ ବିଜେଡ଼ିର ଜଣେ ପ୍ରବକ୍ତା ଡିବେଟ ସରିବା ପରେ ଯେଉଁଭଳି ଭାବେ ବ୍ୟବହାର କଲେ ତାହା ନିନ୍ଦନୀୟ । ରାଜ୍ୟ ସରକାରଙ୍କୁ ଏଭଳି ଅସାମ୍ବିଧାନିକ କାର୍ଯ୍ୟ ନକରିବା ପାଇଁ ବିଜେପି ଚେତାବନୀ ଦେଉଛି ବୋଲି ସମୀର ମହାନ୍ତି କହିଛନ୍ତି ।


ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details