ଓଡିଶା

odisha

By

Published : Jun 29, 2021, 10:31 PM IST

ETV Bharat / city

କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତିଙ୍କ ଭିତ୍ତିହୀନ ବିବୃତ୍ତି: ବିଜେଡି

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଭିଯୋଗର ଜବାବ ଦେଲା ବିଜେଡି । କହିଲା ଦଳର ନିରୁତ୍ସାହିତ କର୍ମୀଙ୍କ ମନରେ ମନୋବଳ ଭରିବା ପାଇଁ ଭିତ୍ତିହୀନ ବିବୃତ୍ତି ଦେଉଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...

କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତିଙ୍କ ଭିତ୍ତିହୀନ ବିବୃତ୍ତି: ବିଜେଡି
କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତିଙ୍କ ଭିତ୍ତିହୀନ ବିବୃତ୍ତି: ବିଜେଡି

ଭୁବନେଶ୍ବର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି ଜରିଆରେ ପ୍ରତିକ୍ରିୟା ରଖିଛି ଦଳ । ଜଣେ ସଭାପତି ହିସାବରେ ନିରୁତ୍ସାହିତ କର୍ମୀଙ୍କ ମନରେ ସମୀର ଉତ୍ସାହ ଭରିବା ଲଗି ସମୀର, ଏପରି ବିବୃତ୍ତି ଦେଇଥିବା କହିଛନ୍ତି ଲେନିନ ।

କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତିଙ୍କ ଭିତ୍ତିହୀନ ବିବୃତ୍ତି: ବିଜେଡି

ଲେନିନ କହିଛନ୍ତି ଯେ, ଆମେ ଜାଣୁ ଯେ ସମୀର ମହାନ୍ତି ହେଉଛନ୍ତି ବିଜେପିର ରାଜ୍ୟ ସଭାପତି । ତାଙ୍କର କର୍ତ୍ତବ୍ୟ ହେଉଛି ରାଜ୍ୟରେ ହତାଶ ହୋଇପଡିଥିବା ବିଜେପିର କର୍ମୀମାନଙ୍କ ମନୋବଳ ବଢାଇବା । ଯେଉଁଥିପାଇଁ ସେ ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏକାଧିକ ଭିତ୍ତିହୀନ ଏବଂ ମନଗଢା ବିବୃତ୍ତିମାନ ଦେବାକୁ ସେ ଚେଷ୍ଟା କରିଛନ୍ତି । ପଶ୍ଚିମବଙ୍ଗରେ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସାଂଗଠନିକ ସମସ୍ୟା ସୃଷ୍ଟି ହେବା ପରେ ଓଡିଶାର ବିଜେପି କ୍ୟାଡରମାନେ ଆତ୍ମବିଶ୍ବାସ ହରାଉଛନ୍ତି ।

ଏପରି ସ୍ଥିତିରେ କର୍ମୀଙ୍କ ମନରେ ସଞ୍ଜିବନୀ ଦେବାକୁ ଯାଇ ସମୀର ଏଭଳି ଅଭିଯୋଗ କରୁଥିବା କହିଛନ୍ତି ଲେନିନ । ଲେନିନ ଆହୁରି କହିଛନ୍ତି ଯେ, ଓଡିଶା ବିଜେପି ସଭାପତି ଗତ ଏକ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରିବାକୁ ଅତି ସହଜରେ ଭୁଲି ଯାଇଛନ୍ତି । ଏଥିରୁ ଜଣାପଡୁଛି ଯେ ରାଜ୍ୟ ବିଜେପି ସଭାପତି ତାଙ୍କ ଦଳର ନିର୍ବାଚନୀ ଇସ୍ତାହାରକୁ ବି ଭୁଲି ଯାଇଛନ୍ତି ।

ଯେଉଁଥିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ୧.୫ ଗୁଣ ବୃଦ୍ଧି କରିବା । ଏବଂ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ସ୍ବାମୀନାଥନ କମିଶନ ରିପୋର୍ଟ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଯଦିଓ ରାଜ୍ୟ ବିଜେପି ସଭାପତି ଏହାକୁ ଭୁଲି ଯାଇଛନ୍ତି, କିନ୍ତୁ ଓଡିଶାର ଲୋକମାନେ ଏହାକୁ ଭୁଲି ନଥିବା ବିଜେଡି ମୁଖପାତ୍ର କହିଛନ୍ତି । ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ବାକିଆ ପଡିଥିବା ୬୬୨୦ କୋଟି ଟଙ୍କାର ସବସିଡ ଅର୍ଥ ଯାହାକି ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ମିଳିନାହିଁ ସେହି ପ୍ରସଙ୍ଗକୁ ସମୀର ଜାଣିଶୁଣି ଅଣଦେଖା କରିଛନ୍ତି ବୋଲି ଲେନିନ ଅଭିଯୋଗ କରିଛନ୍ତି ।

ଏହାଛଡା ଓଡିଶାର ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳକୁ ବି କେନ୍ଦ୍ର ସରକାର ଉଠାଉ ନାହାନ୍ତି । ସେହିପରି ଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗରେ ବୋଧହୁଏ ତାଙ୍କ ପାଖରେ ତଥ୍ୟ ନାହିଁ । ଗ୍ରାମାଞ୍ଚଳ ଗୃହ ନିର୍ମାଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାର ଓଡିଶାକୁ ପୁରସ୍କୃତ କରିଛନ୍ତି । ବିଜେପି ବାରମ୍ବାର ଏଭଳି ଭିତ୍ତିହୀନ ଏବଂ ମିଥ୍ୟା ବିବୃତ୍ତି ଦେଇ ଓଡିଶାର ଲୋକଙ୍କୁ ବିଭ୍ରାନ୍ତ କରିବାରେ ସମର୍ଥ ହେବ ନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ABOUT THE AUTHOR

...view details